www.samajalive.in
Monday, December 15, 2025
14.1 C
Bhubaneswar

ସମ୍ବଲପୁରରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

ସମ୍ବଲପୁର: ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ଯାତ୍ରା କରାଯାଉଥିବା କ୍ରମରେ ସମ୍ବଲପୁର ଠାରୁ ଗୁରୁବାର ଏକ ତୀର୍ଥଯାତ୍ରୀ ରେଳଗାଡି ଯାତ୍ରାରମ୍ଭ କରିଛି। ସମ୍ବଲପୁର ରେଳ ଷ୍ଟେସନରୁ ସମ୍ବଲପୁର, ଅନୁଗୁଳ, ଦେବଗଡ, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା ଓ ବଲାଙ୍ଗୀର ଜିଲାରୁ ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଓ ଜିଲା ପ୍ରଶାସନର ୩୦ ଜଣ ପଥ ପ୍ରଦର୍ଶକମାନଙ୍କୁ ନେଇ ଏହି ରେଳଯାତ୍ରୀ ଯାତ୍ରା କରୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷି ମାଧ୍ୟମରେ ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରେଳଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲା ପରିଷଦ ସଭାପତି କୁମୁଦିନୀ ନାୟକ, ଜିଲାପାଳ ଅନନ୍ୟା ଦାସ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜାନର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ତୀର୍ଥ ଯାତ୍ରୀ ଯୋଜନାରେ ୫ ଜଣ ବରିଷ୍ଠ ନାଗରିକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଡମି ଟିକେଟ ଓ କିଟ ବ୍ୟାଗ ପ୍ରଦାନ କରାଯାଇଥିଲା। ୫ ଦିନ ଧରି ଏହି ତୀର୍ଥ ଯାତ୍ରୀ ମାନେ ଶିରିଡି – ନାସିକ ଆଦି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ୨୧ ମାର୍ଚ୍ଚରେ ଫେରିବେ।

- Advertisement -

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ତୀର୍ଥ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି। ଯାତ୍ରା ସମୟରେ ରହିବା, ଖାଦ୍ୟପେୟ ଆଦିର ବ୍ୟବସ୍ଥା କରାଯାଇଛି। ଏଥିସହ ରେଳଗାଡିରେ ଜଗୁଆଳି, ପଥ ପ୍ରଦର୍ଶକ, ଚିକିତ୍ସା ଆଦିର ସୁବିଧା ମଧ୍ୟ କରାଯାଇଛି। ବରିଷ୍ଠ ନାଗରିକମାନେ ତୀର୍ଥ ଦର୍ଶନର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଯାତ୍ରାରେ ସମ୍ବଲପୁର ଜିଲାରୁ ୧୧୨, ଅନୁଗୁଳ ଜିଲାରୁ ୧୩୭, ଦେବଗଡ ଜିଲାରୁ ୩୩, ସୁବର୍ଣ୍ଣପୁର ଜିଲାରୁ ୬୫, ବରଗଡ ଜିଲାରୁ ୧୫୯, ସୁନ୍ଦରଗଡ ଜିଲାରୁ ୨୨୫, ଝାରସୁଗୁଡା ଜିଲାରୁ ୬୨ ଓ ବଲାଙ୍ଗୀର ଜିଲାରୁ ୧୭୭ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରୁଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରୁ ରାଜ୍ୟ ସରକାର ୬୦ ରୁ ୭୫ ବର୍ଷ ମଧ୍ୟରେ ଗରିବ ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥ ଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories