www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍କଳରେ  ‘ଭାରତରେ ଶାସନ : ପ୍ରାଥମିକତା, ନୀତି ଏବଂ ଆଶା’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ  “ଭାରତରେ ଶାସନ: ପ୍ରାଥମିକତା, ନୀତି, ଆଶା” ଶୀର୍ଷକ  ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଏମକେସିଜି ଅଡିଟୋରିଅମରେ ଉଦଘାଟିତ   ହୋଇଯାଇଛି ।  କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ  ବିଶ୍ୱ ବ୍ୟାଙ୍କ ସମର୍ଥିତ ଓଡ଼ିଶା ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍କର୍ଷତା ଏବଂ ଇକ୍ୱିଟି (ଡବ୍ଲୁବି-ଓଏଚପିଏ) ସହଯୋଗରେ  ଏହି ସମ୍ମିଳନୀ  ଆୟୋଜିତ ହୋଇଛି।

ଉଦଘାଟନ ଉତ୍ସବରେ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ଶାସନର ମୂଳ ଦିଗ ଉପରେ ଆଲୋଚନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ସିଡିସି ନିର୍ଦ୍ଦେଶକ ତଥା ଓଏଚଇପିଇଇ ସଂଯୋଜକ ପ୍ରଫେସର ନିଗାମନନ୍ଦ ଦାସ ସମ୍ମାନିତ  ଅତିଥି ଭାବେ ଯୋଗ ଦେଇ  ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ସାଧାରଣ ନୀତି ଗଠନରେ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

- Advertisement -

ମୁଖ୍ୟ ବକ୍ତା ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ପ୍ରଫେସର ଇ ଭେଙ୍କଟେସୁ ପ୍ରାଥମିକତା, ନୀତି, ଆଶା ଉପରେ ଧ୍ୟାନ ଦେଇ ଭାରତରେ ଶାସନର କିଭଳି ସୁବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ  ବିଶ୍ଳେଷଣାତ୍ମକ ତଥ୍ୟ ପ୍ରଦାନ  କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ,  ପ୍ରଫେସର ବାଳକୃଷ୍ଣ ପଟ୍ଟନାୟକ, ପ୍ରଫେସର ନିରଞ୍ଜନ ପାଣି, ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ  ଷଡ଼ଙ୍ଗୀ, ନରୱେରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଦେବରାଜ ପ୍ରଧାନ, ପ୍ରଫେସର ପ୍ରତୀପ ମିଶ୍ର “ଭାରତରେ ଶାସନ: ପ୍ରାଥମିକତା, ନୀତି, ଆଶା” ଶୀର୍ଷକ  ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ପ୍ୟାନେଲିଷ୍ଟ ତଥା ଚେୟାରମ୍ୟାନ୍ ଭାବରେ ଅଂଶଗ୍ରହଣ କରିଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡକ୍ଟର ପ୍ରତିମା ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଜାତୀୟ ସମ୍ମିଳନୀର ସାଙ୍ଗଠନିକ ସମ୍ପାଦକ ଡକ୍ଟର ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜାତୀୟ ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଏଥିରେ ଓଡିଶା ସମେତ ଦେଶର ବିଭିନ ସ୍ଥାନରୁ ଗବେଷକ, ଅଧ୍ୟାପକ, ଛାତ୍ରଛାତ୍ରୀ ଯୋଗଦେଇଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories