ମହଙ୍ଗା ପଡିଲା ସେଲ୍ଫି ନେବା, ଓଟ କାମୁଡାରେ ଯୁବକ ଗୁରୁତର

କଳାହାଣ୍ଡି: ସେଲ୍ଫି ନିଶାରେ ଯୁବ ପୀଢି । ଏହି ସେଲ୍ଫି ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା କଲମପୁର ପୁଲିସ ଥାନା ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ରାଧାକାନ୍ତ ମାଝି ନାମକ ଜଣେ ଯୁବକ ଗାଁକୁ ଆସିଥିବା ଓଟ ସହିତ ସେଲ୍ଫି ନେଉଥିଲେ । ଓଟଟି ଗଛ ତଳେ ଶୋଇ ରହୁଥିଲା । ଯୁବକ ଜଣକ ବିଭିନ୍ନ ଅଙ୍ଗ ଭଙ୍ଗୀରେ ଓଟ ସହ ସେଲ୍ଫି ନେଉଥିବା ବେଳେ ଓଟଟି ଯୁବକଙ୍କ ଗୋଡକୁ କାମୁଡି ଦେଇଥିଲା । ଏ ଅଘଟଣ ନେଇ ପରିବାର ଲୋକେ ସୂଚନା ପାଇବା ମାତ୍ରେ ଯୁବକ ରାଧାକାନ୍ତ ର ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 

Comments are closed.