www.samajalive.in
Saturday, December 6, 2025
16.1 C
Bhubaneswar

ଘନକୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ

ଭୁବନେଶ୍ବର: ଶୀତ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ମିଟର ପରେ ରାସ୍ତା ଦେଖାଯାଉନଥିବା ଯାନବାହନ ଚଳାଚଳରେ ବହୁ ବାଧା ଉପୁଜୁଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଘନ କୁହୁଡି ପାଇଁ ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେପଟେ ଉତ୍ତର ଭାରତରେ ବି ଘନ କୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀରେ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯିବାରୁ ୩୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି ।

ସେହିପରି ୧୭ଟି ବିମାନର ଉଡାଣକୁ ରଦ୍ଦ କରିଦିଆଯାଇଛି। ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟସ୍ତଳକୁ ଯାତ୍ରୀମାନେ ଯାଇନପାରି ଅଟଳି ରହିଛନ୍ତି। ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀରେ ଶୀତ ମଧ୍ୟ ଅଧିକ ଅନୁଭୂତ ହେଉଛି। ସହରରେ ତାପମାତ୍ରା ୫ ଡିଗ୍ରୀକୁ ଖସିଆସିଛି। ସେପଟେ ପ୍ରବଳ କୁହୁଡି ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୃଶ୍ୟମାନ କ୍ଷମତା କମିଯାଇଥିବାରୁ ଦିଲ୍ଲୀ ଯାଉଥିବା ୩୦ଟି ଟ୍ରେନ୍ ବିଳମ୍ବରେ ଚାଲୁଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories