ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ଗୁରୁପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ
ଗୁରୁଡିଝାଟିଆ : ଗାଁ ବିଦ୍ୟାଳୟର ସ୍ନୃତି ଅପାସୋରା । ଗୁରୁ ବିଦ୍ୟାର୍ଥୀଙ୍କ ଆଖିରେ, ଆଖିଏ ସ୍ୱପ୍ନ ଭରିଦେଇ ଭଲ ଓ ବଡ ମଣିଷ ହେବାପାଇଁ ପ୍ରେରଣାର ଉତ୍ସ ପ୍ରଦାନ କରିଥାନ୍ତି। ଗୁରୁ ଆମ ପାଇଁ ପଥପ୍ରଦର୍ଶକ ଓ ଈଶ୍ୱର ବୋଲି ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, ନଦୀକୂଳ କଖଡି ଓ ଶାରଳା ମେଡିସିନ ଷ୍ଟୋର ପକ୍ଷରୁ ଆୟୋଜିତ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସନ୍ତୋଷ କୁମାର ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମତପ୍ରକାଶ କରିଛନ୍ତି । ସଂଘର ସଭାପତି ଭାଗିରଥି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶତପଥି କହିଥିଲେ ଏ ମାଟି ଆମ ପାଇଁ ପବିତ୍ର । ମହାନଦୀ ଆମର ମାଆ । ପ୍ରତ୍ୟେକ ଜନସାଧାରଣ ନିଜ ଶିକ୍ଷାନୁଷ୍ଠାନ, ଗାଁ ଚିକିତ୍ସାଳୟର ଉନ୍ନତି କରିବା ସାଙ୍ଗକୁ ପରସ୍ପର ଭିତରେ ଭାତୃତ୍ୱ, ସଂପ୍ରିତି ଓ ମଣିଷବାଦର ପ୍ରଚାର ଦିଗରେ ବ୍ରତୀ ହେବା ପାଇଁ କହିଥିଲେ । ସଂଘର ଉପଦେଷ୍ଟା ରାଜକିଶୋର ଖଟୁଆ, ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ମହାରଣା, ବିଷ୍ଣୁ ଚରଣ ପତ୍ରୀ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପରିଡା, ନବେଢା ବରିଷ୍ଠ ନାଗରିକ ମଞ୍ଚ, ଗୁରୁଡିଝାଟିଆ ଆଠଗଡ କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ସାଧାରଣ ସଂପାଦକ ଶରତ କୁମାର ଖୁଣ୍ଟିଆ, ଅଚ୍ୟୁତାନନ୍ଦ ଖଟୁଆ, ପରିବେଶବିତ୍ ବ୍ରଜବନ୍ଧୁ ଲେଙ୍କା, ରତ୍ନାକର ସାମନ୍ତ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ସଚିଦାନନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁପୂଜନ ଓ ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ଆମ ସଂସ୍କୃତି ଓ ପରମ୍ପରାର ଏକ ମହନୀୟ ନିଦର୍ଶନ। ଏହା ସାମାଜିକ ବ୍ୟବସ୍ଥାକୁ ଅଧିକ ପ୍ରଜ୍ୱଳିତ କରିବା ସହ ପ୍ରତିଭାମାନଙ୍କୁ ଅଧିକ ପ୍ରେରଣା ପ୍ରଦାନ କରେ ବୋଲି କହିଥିଲେ।
ଚଳିତ ମାଟ୍ରିକ ପରୀକ୍ଷା ଓ +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀ ଘଣ୍ଟିଖାଲ ଉଚ୍ଚ ବିଦ୍ୟାଳୟର ସଲିଳ ଦାସ, ଶୃତିରାଣୀ ପ୍ରଧାନ, କଖଡି ଉଚ୍ଚ ବିଦ୍ୟାଳୟର ଏସ ସୋମେସ୍, ଗାୟତ୍ରୀ ଦଳାଇ, ଧୁରୁଷିଆ ଉଚ୍ଚ ବିଦ୍ୟାଳୟର ଅଙ୍କିତା ପ୍ରିୟଦର୍ଶିନୀ, ବେବିନା ଦାସ, ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟର ରଶ୍ମୀରେଖା ସାମଲ ଓ +୨ କଖଡି ଜୁନିୟର ମହାବିଦ୍ୟାଳୟର ମୌସୁମୀ ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସେହିପରି ଭାବେ ଅଞ୍ଚଳର ଗୁରୁ ଫକୀର ଚରଣ ସୀତାରାମ, ନରେନ୍ଦ୍ର ନାଥ ଭୂୟାଁ, ଦୈତାରୀ ସେନାପତି, ପିତବାସୀ ଶତପଥି, ବିଚିତ୍ରାନନ୍ଦ ପ୍ରତିହାରୀ, ବିଭୂତିଭୂଷଣ ଶତପଥି, କୃଷ୍ଣଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ମୁଦୁଲି, ପଦ୍ମଲାଭ ସାହୁ, ପ୍ରଫୁଲ ଚନ୍ଦ୍ର ଖଟୁଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରସାନନ୍ଦ ସ୍ୱାଇଁ, ବେଣୁଧର ସେନାପତି, ବାମଦେବ ସୁତାର ,ମିହିର କୁମାର ଶତପଥି, ଗୌରାଙ୍ଗ ଅମହନ୍ତ, ବଂଶୀଧର ଶତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚଳାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ସଂପାଦକ କିରଣ ବିହାରୀ ଖଟୁଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.