www.samajalive.in
Wednesday, December 10, 2025
23.1 C
Bhubaneswar

ନିବେଶକ ସମ୍ମିଳନୀରେ ଖାଦ୍ୟ ଥାଳି ପାଇଁ ଧସ୍ତାଧସ୍ତି, ବିଜେପିକୁ ଘେରିଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୨୪ ଏବଂ ୨୫ ତାରିଖରେ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଠାରେ ଅନେକ ବଡ଼ ବଡ଼ ଉଦ୍ୟୋଗପତି ଯୋଗଦେଇଥିଲେ। ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ସରକାରଙ୍କ ସହିତ ଚୁକ୍ତି ହେଲା। କିନ୍ତୁ ଏହି ସମ୍ମିଳନୀର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଏବେ ପ୍ରଘଟ ହୋଇଛି, ଯେଉଁଥିରେ ଲୋକମାନେ ଖାଦ୍ୟ ଥାଳି ପାଇଁ ଧସ୍ତାଧସ୍ତି ହୋଇଛନ୍ତି। ଥାଳି ପହଞ୍ଚିବା ମାତ୍ରେ ତାହାକୁ ଛଡ଼ାଇ ନେଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡିଓ​‌ରେ​‌ ଦେଖିବାକୁ ମିଳିଛି ଯେ, ସମ୍ମିଳନୀର ଯେଉଁ ସ୍ଥାନରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲାଳ, ସେଠାରେ ଖାଦ୍ୟ ଥାଳି ପହଞ୍ଚିବା କ୍ଷଣି ତାହାକୁ ନେବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହେଉଛି। କିଛି ସେକେଣ୍ଡରେ ସବୁ ଖାଦ୍ୟ ଥାଳି ଲୋକେ ଛଡ଼ାଇ ନେଉଛନ୍ତି। ଏଥିରେ ଅନେକ ଥାଳି ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ଭିଡିଓ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ୩୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବୁଝାମଣା ହୋଇଥିବା ଦାବି କରୁଛନ୍ତି। କିନ୍ତୁ ଏହି ସମ୍ମିଳନୀର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସରକାରଙ୍କ କଥାର ବିରୋଧାଭାସ କରୁଛି। ସମ୍ମିଳନୀରେ କ’ଣ ଏ​‌ତେ ଗରିବ ଲୋକ ଆସିଥିଲେ ଯେ ଯେଉଁମାନେ ଖାଦ୍ୟ ଥାଳି ଲୁଟୁଛନ୍ତି ? ସମ୍ମିଳନୀରେ ଏତେ ବଡ଼ ବଡ଼ ଉଦ୍ୟୋଗପତି ଆସିଥିଲେ, ଯେଉଁମାନେ ନିବେଶ କରିବାର କଥା କହୁଛନ୍ତି, ଅନ୍ୟପଟେ ଲୋକ ଖାଦ୍ୟ ଥାଳି ପାଇଁ ଧସ୍ତାଧସ୍ତି ହେଉଛନ୍ତି। ଏହାଦ୍ବାରା ସରକାରଙ୍କ ଛବି ଉପରେ ଅତି ଖରାପ ପ୍ରଭାବ ପଡୁଛି। ବ୍ୟବସ୍ଥାରେ କେଉଁଠି ଅଭାବ ରହିଗଲା ଯେ, ଲୋକଙ୍କୁ ଖାଦ୍ୟ ଥାଳି ଲୁଟିବାକୁ ପଡ଼ିଲା।

- Advertisement -

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories