www.samajalive.in
Wednesday, December 10, 2025
23.1 C
Bhubaneswar

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ୭ ବିଜେପି ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ସମାଜ ଡିଜିଟାଲ ଡେସ୍କ: ବିହାରରେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେ​‌ଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳରେ ବିଜେପିର ୭ ବିଧାୟକଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଦିଲୀପ ଜୟସୱାଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପି ବିଧାୟକମାନେ ହେଲେ ବିଜୟ କୁମାର ମଣ୍ଡଳ, କୃଷ୍ଣ କୁମାର ମଣ୍ଟୁ, ମୋତିଲାଲ ପ୍ରସାଦ, ରାଜୁ କୁମାର ସିଂହ, ଜୀବେଶ ମିଶ୍ରା, ସୁନୀଲ କୁମାର ଏବଂ ସଞ୍ଜୟ ସରାଓଗି। ବିଧାୟକ ବିଜୟ କୁମାର ମଣ୍ଡଳ ୧୯୯୫ରେ ଭାରତୀୟ ପ୍ରଗତିଶୀଳ ପାର୍ଟିରୁ ନିର୍ବାଚନ ଜିତିଥିଲେ। ପରେ ୨୦୧୫ ଏବଂ ୨୦୨୦ରେ ବିଜେପି ଟିକେଟରୁ ସିକଟୀ ଆସନରୁ ନିର୍ବାଚନ ଜିତିଥିଲେ। କୃଷ୍ଣ କୁମାର ମଣ୍ଟୁ ୨୦୧୫ରେ ପ୍ରଥମେ ନିର୍ବାଚନ ଜିତିଥିଲେ। ପରେ ୨୦୨୦ରେ ବି ସେ ନିର୍ବାଚନରେ ବିଜୟୀ ହୋଇଥିଲେ। ମୋତିଲାଲ ପ୍ରସାଦ ମଧ୍ୟ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories