ନୂଆ ସୁରକ୍ଷା ବଳୟରେ ନୂଆଦିଲ୍ଲୀ

0

ନୂଆଦିଲ୍ଲୀ: ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ନୂଆଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସୁଦୃଢ଼ କରାଯାଉଛି। ସହରର ଜଳ, ସ୍ଥଳ ଓ ଆକାଶ ମାର୍ଗରେ ପୂର୍ବାପେକ୍ଷା ଆହୁରି ସତର୍କ ସୂଚନା ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ପୂର୍ବ ଉପକରଣ ସ୍ଥାନରେ ନୂଆ ଓ ଅତ୍ୟାଧୁନିକ ଶକ୍ତିସମ୍ପନ୍ନ ଉପକରଣ ଲଗାଯାଉଛି। ଆମେରିକା ଓ ରୁଷିଆ ଶୈଳୀରେ ଏହି ଆଧୁନିକୀକରଣ ହେବାକୁ ଯାଉଛି। କୌଣସି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରବେଶ କରିବା ପୂର୍ବରୁ ଧ୍ୱଂସ କରି ଦେବା ପାଇଁ ଏହି ସୁରକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।
ଏଥିନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନ୍ୟାଶ୍‍ନାଲ୍‍ ଆଡ୍‍ଭାନ୍ସଡ୍‍ ସରଫେସ୍‍ ଟୁ ଏୟାର ମିଶାଇଲ୍‍ ସିଷ୍ଟମ୍‍ – ୨ ଆମେରିକାରୁ ଆଣିବା ପାଇଁ ଅନୁମୋଦନ ମିଳିଛି। ଏଥିପାଇଁ ୧ ବିଲିୟନ୍‍ ଡଲାର ଖର୍ଚ୍ଚ ହେବ। ଏଥିସହିତ ରାଷ୍ଟ୍ରପତି ଭବନ, ସଂସଦ, ନର୍ଥ ଓ ସାଉଥ୍‍ ବ୍ଲକ୍‍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟରେ ରଖିବା ପାଇଁ ବ୍ୟବସ୍ଥା ହେଉଛି। ଏହାଛଡ଼ା ଅନ୍ୟାନ୍ୟ ଉଚ୍ଚକ୍ଷମତା ସମ୍ପନ୍ନ ହେଲିକପ୍ଟର, ଶକ୍ତିଶାଳୀ ଯୁଦ୍ଧ ଜାହଜ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି।

kalyan agarbati
Leave A Reply