Patra electronics

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳବାଇ, ମେଟ୍ରୋ ଷ୍ଟେସନ ଏବଂ ବଜାର ଛକ ସମେତ ଅତି ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଡ୍ରୋନ୍, ପାରାଗ୍ଲାଇଡିଂ, ହଟ୍ ଏୟାର ବେଲୁନ୍ ଏବଂ ରିମୋଟ କାର୍ ଇତ୍ୟାଦିକୁ ମଧ୍ୟ ଦିଲ୍ଲୀ ପୁଲିସ ନିଷିଦ୍ଧ କରିଛି। ଏହି ନିଷେଧାଦେଶ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବ୍ୟତୀତ ସମ୍ବେଦନଶୀଳ ଅଞ୍ଚଳରେ ଦିଲ୍ଲୀ ପୁଲିସ ଦ୍ୱାରା ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ମୁଖ୍ୟ ବଜାରଗୁଡିକ ଉପରେ ନିରନ୍ତର ନଜର ରଖାଯାଉଛି।

୩ ଦିନ ଯାଏଁ ଘନ କୁହୁଡ଼ି, ଗୁରୁଚାପ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା

ଏଥି ସହିତ, ଜାନୁଆରୀ ୨୭ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର ସମସ୍ତ ଷ୍ଟେସନରେ ଯାତ୍ରୀଙ୍କ ଦୁଇ ସ୍ତରୀୟ ଯାଞ୍ଚ କାର୍ଯ୍ୟକାରୀ କରାଯାଉଛି। ମେଟ୍ରୋ ପ୍ରଶାସନ ଯାତ୍ରୀମାନଙ୍କୁ ଯାଞ୍ଚରେ ସହଯୋଗ କରିବାକୁ କହିଛନ୍ତି। ଏହା ବ୍ୟତୀତ ମେଟ୍ରୋ ପ୍ରଶାସନ କହିଛି ଯେ ପ୍ରମୁଖ ମେଟ୍ରୋ ଷ୍ଟେସନରେ ବ୍ୟସ୍ତବହୁଳ ସମୟ ମଧ୍ୟରେ ଲମ୍ବା ଧାଡି ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଏଡାଇବା ପାଇଁ ଯାତ୍ରୀମାନଙ୍କୁ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି, ପରିକ୍ରମା ପ୍ରକଳ୍ପ ପାଇଁ ଜଣାଇଲେ ଧନ୍ୟବାଦ

Comments are closed.