ବଦଳିବ ‘ରାଜ୍ୟ ସଚିବାଳୟ’ର ନାମ; ନୂଆ ନାମ ହେବ ‘ଲୋକସେବା ଭବନ’
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟ କ୍ଷମତା କେନ୍ଦ୍ର ‘ସଚିବାଳୟ’ର ନାମ ପରିବର୍ତ୍ତନ ହେବ। ଏହାର ନୂଆ ନାମ ‘ଲୋକସେବା ଭବନ’ ରଖାଯିବ। ବିଧାନସଭାରେ ସୋମବାର ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଲୋକଙ୍କ ଆଶା ପୂରଣ ପାଇଁ ଆମର କଠିନ ପରିଶ୍ରମ ଜାରି ରହିବ। ଗଣତନ୍ତ୍ରରେ ଜନତା ହେଉଛନ୍ତି ଆମର ପ୍ରଭୁ ଏବଂ ଆମେ ସବୁବେଳେ ତାଙ୍କ ସେବାରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.