www.samajalive.in
Sunday, December 7, 2025
23.1 C
Bhubaneswar

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଜନ୍ମୋତ୍ସବ ପାଳିତ

ଡେସ୍କ: ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଶ ହାଜ୍ରା, ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ସୀତାକାନ୍ତ ତରାଇ, କଟକ ମହାନଗର ନିଗମର ହେଲଥ ଅଫିସର ଡକ୍ଟର ସତ୍ୟବ୍ରତ ମହାପାତ୍ର, ବୋର୍ଡ ସ୍କୁଲର ବର୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସାରାଣୀ ଷଡଙ୍ଗୀ ଓ ବିଶେଷ ନିମନ୍ତ୍ରିତ ଅତିଥି ଭାବେ କର୍ପୋରେଟର ପ୍ରଦୀପ ସାହୁ ଯୋଗ ଉଦବୋଧନ ଦେଇଥିଲେ।

ବିଦ୍ୟଳୟର ପୁରାତନ ଛାତ୍ର ସଂସଦର ସଭାପତି ରଞ୍ଜିତାଭ ମହାନ୍ତି ଓ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ସମୀର ପରିଜା ଓ ଅମୀୟ ରଞ୍ଜନ ମହାପାତ୍ର, ଯୁଗ୍ମ ସମ୍ପାଦକ ବିକାଶ ବେହେରା ଓ ରଶ୍ମୀରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରସନ୍ନ ରାଉତ, କାର୍ଯ୍ୟନିର୍ବାହୀ ସଦସ୍ୟ ସଞ୍ଜୟ ସିଂ, ରଶ୍ମୀଧର ଦାସ, ମନୋରଞ୍ଜନ ମିଶ୍ର, ପୁରାତନ ଛାତ୍ର କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମା, ଡକ୍ଟର ଅନଙ୍ଗ ଦ୍ୱିବେଦୀ, ଇଂ ବଳେଶ୍ୱରନାଥ ସାହୁ, ଡକ୍ଟର ଅଶୋକ ମଲ୍ଲିକ,ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୭ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କାର ନଗଦ ଅର୍ଥ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥିଙ୍କ ପରିବାର ପକ୍ଷରୁ ଟପ୍ପର ଛାତ୍ରଙ୍କୁ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସ୍ୱାଗତିକା ବେହେରା ମଂଚ ପରିଚାଳନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories