ଭୁବନେଶ୍ୱର : ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ସ୍କ୍ରିନ୍ ଆୱାର୍ଡସ୍ ୨୦୨୫କୁ ୟୁଟ୍ୟୁବ୍ରେ ନୂଆ ଢଙ୍ଗରେ ଉନ୍ମୋଚନ କରାଯାଇଛି । ଦି ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନନ୍ତ ଗୋଏଙ୍କା କହିଛନ୍ତି ଯେ, ଭାରତୀୟ ସିନେମା ଏକ ମଂଚର ହକଦାର ଯାହା ସମ୍ଭାର ବାହାରେ ସୃଜନଶୀଳତାକୁ ପାଳନ କରୁଥିବ । ଆମ କାହାଣୀକାରମାନେ ୧୪୦ କୋଟି ସ୍ୱପ୍ନକୁ ଧାରଣ କରୁଛନ୍ତି ଯାହା ପରମ୍ପରା ସହ ଗଭୀର ଭାବେ ଜଡ଼ିତ ଥିବା ବେଳେ ଏକ ଆକର୍ଷଣୀୟ ଭବିଷ୍ୟତ ଆଡ଼କୁ ଯାତ୍ରା କରୁଛି । ଏହି ପୁରସ୍କାର ଭାରତର ସେହି ଶକ୍ତିଶାଳୀ ଓ ଅସଲି ସ୍ୱରର ଭାବକୁ ସମ୍ମାନିତ କରୁଛି । ଆମର ଏହି ଉଦ୍ୟମକୁ ୟୁଟ୍ୟୁବ୍ ବାଂଟିଥିବାରୁ ଆମେ ବେଶ୍ ରୋମାଂଚିତ ବୋଲି ସେ କହିଛନ୍ତି ।
ପ୍ରଥମ ଥର ସ୍କ୍ରିନ୍ ଆୱାର୍ଡକୁ ୟୁଟ୍ୟୁବ୍ରେ ଷ୍ଟ୍ରିମିଂ କରାଯିବ ଯାହା ଫଳରେ ତାହା ବିଶ୍ୱବ୍ୟାପୀ ହୋଇପାରିବ । ପ୍ରଥମ ଥର ପାଇଁ ବଲିଉଡ୍ର ବଡ଼ ତାରକାମାନେ ୟୁଟ୍ୟୁବ୍ର ପ୍ରଭାବଶାଳୀ କ୍ରିଏଟରମାନଙ୍କ ଜରିଆରେ ସ୍ପଟ୍ଲାଇନ୍ ବାଂଟିବେ । ରେଡ୍ କାର୍ପେଟ୍ଠାରୁ ଆରମ୍ଭ କରି ପ୍ରଚ୍ଛଦର ଦୃଶ୍ୟ, କ୍ରିଏଟରଙ୍କ କାହାଣୀ ଏବଂ ପ୍ରଶଂସକଙ୍କ ବାର୍ତା ଆଦି ସବୁ କିଛିକୁ ସେଥିରେ ସାମିଲ କରାଯିବ ।
ଏହି ସହଯୋଗିତା ସମ୍ପର୍କରେ ୟୁଟ୍ୟୁବ ଭାରତର ପରିଚାଳନା ନିର୍ଦ୍ଦେଶକ ଗୁଂଜନ ସୋନି କହିଛନ୍ତି ଯେ, “ସ୍କ୍ରିନ୍ ଆୱାର୍ଡସ୍ର ଡିଜିଟାଲ୍ ହୋମ୍ ହୋଇ ଆମେ ଉଲ୍ଲସିତ ଯାହା ଏକ ସାଂସ୍କୃତିକ ସମାରୋହକୁ ଏହାର ପରବର୍ତୀ ଅଧ୍ୟାୟରେ ପହଂଚାଇବ । ୟୁଟ୍ୟୁବ୍ରେ କୋଟି କୋଟି ଲୋକ ସେମାନେ ଭଲ ପାଉଥିବା ମନୋରଂଜନ ସହିତ ଯୋଡ଼ି ହୋଇଥାନ୍ତି ଏବଂ ଏକ ନୂଆ ଢଙ୍ଗରେ ସିନେମାର ସବୁଠୁ ବଡ଼ ରାତିକୁ ଅନୁଭବ କରିବା ପାଇଁ ଆମେ ଉଲ୍ଲସିତ । ବଲିଉଡ୍ର ବଡ଼ ବଡ଼ କଳାକାରମାନଙ୍କୁ ୟୁଟ୍ୟୁବ୍ର ସବୁଠୁ ପ୍ରଭାବଶାଳୀ କ୍ରିଏଟରମାନଙ୍କ ସହ ଯୋଡ଼ି ଆମେ ଆକର୍ଷଣୀୟ କାର୍ଯ୍ୟକ୍ରମର ଏକ ଗୋଷ୍ଠୀ ଗଠନ କରିଛୁ ଏବଂ ପ୍ରଶଂସକଙ୍କ ଦୁନିଆର ଶକ୍ତିକୁ ଉଜାଗର କରିଛୁ ।’’
ସାରା ବିଶ୍ୱ ଓ ଭାରତରେ ବ୍ୟାପକ ଭାବେ ପହଂଚିପାରିଥିବା ୟୁଟ୍ୟୁବ୍ ହେଉଛି ସ୍କ୍ରିନ୍ ଆୱାର୍ଡ ପାଇଁ ଉପଯୁକ୍ତ ଘର ବୋଲି ସେ କହିଛନ୍ତି। କହିରଖୁଛୁ ଏହା ହେଉଛି ଭାରତୀୟ ସିନେମା ଓ କାହାଣୀ ବର୍ଣ୍ଣନାର ଐତିହାସିକ ସମାରୋହ । ସିନେ ନିର୍ମାତା, କଳାକାର ଏବଂ ସାଂସ୍କୃତିକ ସ୍ୱରମାନଙ୍କୁ ନେଇ ଗଠିତ ଏକ ସ୍ୱାଧୀନ ଓ ଅଣ ଲାଭଦାୟକ ବିଚାରକ ମଣ୍ଡଳୀ ସ୍କ୍ରିନ ଏକାଡେମି ଦ୍ୱାରା ବିଜେତାଙ୍କୁ ଚୟନ କରାଯାଇଥାଏ ।



