www.samajalive.in
Monday, December 8, 2025
14.1 C
Bhubaneswar

ଯୌତୁକ ପାଇଁ ବୋହୂକୁ ଜୀଅନ୍ତା ଜାଳିଦେଲେ, ସ୍ବାମୀ ଗିରଫ

ନୋଏଡା : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ଯୌତୁକ ପାଇଁ ମାଡ ମାରିବା ସହ ଜୀବନ୍ତ ଜାଳିଦେଇଛନ୍ତି । ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଛି । ପୁଲିସ ମୃତାଙ୍କ ସ୍ବାମୀଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଖୋଜୁଛି ।

ଘଟଣାଟି ୨୧ ଅଗଷ୍ଟ ରାତିରେ ଗ୍ରେଟର ନୋଏଡାର ସିରସା ଗାଁରେ ଘଟିଛି । ମୃତ ମହିଳାଙ୍କ ନାଁ ନିକ୍କି । ୨୦୧୬ରେ ସେ ବିପିନ ନାମକ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି ।  ନିକ୍କିଙ୍କ ମୃତ୍ୟୁ ଘଟଣାରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ କେଶ ଧରି ଭିଡି ଭିଡି ମାଡମାରିବା ସହ ତାଙ୍କ ଦେହରେ ନିଆଁ ଲଗାଇଦେଉଥିବା ନଜର ଆସୁଛି । ନିକ୍କିଙ୍କ ୬ ବର୍ଷର ପୁଅ ନିଜ ମା ସହିତ ହୋଇଥିବା ଏହି ନିର୍ଯାତନା ସମ୍ପର୍କରେ ସୂଚନା ଦେଇଛି । କୁନି ପୁଅଟି କହିଛି କି ‘ମୋ ମା ଉପରେ କିଛି ଢାଳିଲେ, ଆଉ ତା ପରେ ଲାଇଟର ଲଗାଇଦେଲେ ।’ ନିକ୍କିଙ୍କ ସାନ ଭଉଣୀ ମଧ୍ୟ ସେହି ଘରେ ବିବାହ କରିଛନ୍ତି । ସେ କୁହନ୍ତି କି ତାଙ୍କ ଭଉଣୀଙ୍କୁ ସବୁଦିନ ଯୌତୁକ ନିର୍ଯାତନା ଦିଆଯାଉଥିଲା । ୩୬ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହୁଥିଲେ ।

- Advertisement -

ଅନ୍ୟପଟେ ଗ୍ରେଟର ନୋଏଡା ପୁଲିସ ସୂଚନା ଅନୁସାରେ ୨୧ ଅଗଷ୍ଟରେ ଫୋର୍ଟିସ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଦଗ୍ଧ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲର ରେଫର କରାଯାଇଥିଲା । କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମାମଲା ରୁଜୁ ହୋଇଛି ଏବଂ ତାଙ୍କ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଅଭିଯୁକ୍ତ ସ୍ବାମୀ ବିପିନକୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଖୁବ୍ ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories