www.samajalive.in
Saturday, December 6, 2025
14.1 C
Bhubaneswar

ବୈଜ୍ଞାନିକଙ୍କ ଚେତାବନୀ- ଏପ୍ରିଲ ଶେଷକୁ ଚୀନକୁ ଫେରିବ କରୋନା

ବେଜିଂ: ଚୀନରେ ଏବେ କରୋନା ଭୂତାଣୁର ପ୍ରଭାବ ଦେଖିବାକୁ ମିଳୁନାହିଁ। ଚୀନର ବିଭିନ୍ନ ସହରରୁ ଲକ୍‌ଡାଉନ ବି ପ୍ରତ୍ୟାହାର ହୋଇଯାଇଛି। ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇଛି। କରୋନା​‌ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ହୁୱେଇ ପ୍ରଦେଶର ରାଜଧାନୀ ଉହାନର ସ୍ଥିତି ବି ସାଧାରଣ ହେଉଛି। ଆସନ୍ତା ୮ ତାରିଖରେ ଏଠାରୁ ଲକ୍‌ଡାଉନ ପ୍ରତ୍ୟାହାର ହେବ। କିନ୍ତୁ ଏବେ ବୈଜ୍ଞାନିକମାନଙ୍କ ସାମ୍ନାରେ ପୁଣି ଏକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। କାରଣ ଚୀନରେ ପୁଣି ଥରେ କରୋନା ଫେରିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ଏପ୍ରିଲ ଶେଷ ଆଡକୁ ଏହି ଭୂତାଣୁ ଫେରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

ହଙ୍ଗକଙ୍ଗ ବିଶ୍ଵବିଦ୍ୟାଳୟର ମହାମାରୀ ବିଶେଷଜ୍ଞ ବେଲ୍‌ କାଉଲିଂଙ୍କ ମନ୍ତବ୍ୟକୁ ଆଧାର କରି ସାଇନ୍ସ ମାଗାଜିନ ‘ନେଚର’ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି, ବର୍ତ୍ତମାନ ସମୟ ଲକ୍‌ଡାଉନରୁ ମୁକ୍ତି ଏବଂ ଟିକେ ଆରାମ କରିବାର ସମୟ। କିନ୍ତୁ ଏହା ନିଶ୍ଚିତ ଯେ କରୋନା ଭୂତାଣୁର ୨ୟ ପର୍ଯ୍ୟାୟ ପୁଣି ଥରେ ଆସିବ। ଏହି ଭୂତାଣୁ ଏପ୍ରିଲ ଶେଷ ସୁଦ୍ଧା ପୁଣି ଥରେ ଚୀନକୁ ଘେରିବାର ଦୃଢ଼ ଆଶଙ୍କା ରହିଛି। ବେଲ କାଉଲିଂ କହିଛନ୍ତି, କରୋନା ଭୂତାଣୁ ହୁୱେଇ ପ୍ରଦେଶର ଉହାନରୁ ବାହାରି ପୂରା ଚୀନ ଏବଂ ପରେ ୟୁରୋପୀୟ ଦେଶ ଓ ଆମେରିକା ପର୍ଯ୍ୟନ୍ତ ବ୍ୟାପିଗଲା। ପୂରା ଦୁନିଆରେ ପରିବହନ ଉପରେ କଟକଣା ଲଗାଗଲା। ସୀମା ସିଲ୍‌ କରାଗଲା।

- Advertisement -
Image Courtesy: Aajtak

ୟୁରୋପର ଚିକିତ୍ସା ବ୍ୟବସ୍ଥାକୁ ଦେଖି ଜଣାପଡ଼ୁଛି ଯେ, ସେମାନଙ୍କୁ ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ କରୋନା ରୋଗୀଙ୍କୁ ଅନ୍ୟ ସାଧାରଣ ଲୋକଙ୍କଠାରୁ ଅଲଗା ରଖିବାକୁ ପଡ଼ିବ। ତା’ହେଲେ ଯାଇ ଏହି ଦେଶଗୁଡ଼ିକ ନିଜ ଲୋକଙ୍କୁ ରକ୍ଷା କରିପାରିବ। ଏବେ ଚୀନକୁ ସମସ୍ତ ରାଜ୍ୟରେ ପୁଣି ଥରେ ପରୀକ୍ଷା କରିବା ଦରକାର। ଫଳରେ ଜଣାପଡ଼ିବ ଯେ ଏବେ ବି କେତେ ଲୋକ କରୋନା ଭୂତାଣୁ କବଳରେ ଅଛନ୍ତି। କେତେ ଲୋକ ଏଥିରୁ ଠିକ୍‌ ହୋଇଛନ୍ତି ଏବଂ କେତେକଙ୍କଠାରେ ପୁଣି ଆକ୍ରାନ୍ତ ହେବାର ସାମାନ୍ୟ ଲକ୍ଷଣ ରହିଛି। ଏଭଳି ପ୍ରସ୍ତୁତି କରିବା ପରେ ହିଁ କରୋନାର ୨ୟ ପର୍ଯ୍ୟାୟରୁ ମୁକ୍ତି ମିଳିବ।

ହଙ୍ଗକଙ୍ଗ ବିଶ୍ଵବିଦ୍ୟାଳୟର ଗବେଷକ ଗ୍ରାବିଏଲ ଲିଉଙ୍ଗ କହିଛନ୍ତି, ଚୀନରେ ଏବେ ଯାତାୟାତ ସାଧାରଣ ଅବସ୍ଥାକୁ ଫେରିଛି। ଲୋକମାନେ ଅନେକ ଦିନ ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯେଉଁମାନେ କରୋନା ଦ୍ବାରା ସାମାନ୍ୟ ସ୍ତରରେ ଆକ୍ରାନ୍ତ ଥିବେ, ସେମାନଙ୍କଠାରୁ ପୁଣି ଥରେ ଏହା ବ୍ୟାପିବାର ଆଶଙ୍କା ରହିଛି। ଉଦାହରଣ ସ୍ବରୂପ ହୁୱେଇ ପ୍ରଦେଶକୁ ଦେଖାଯାଉ। ଏଠାରେ ପ୍ରାୟ ୬ କୋଟି ଲୋକ ବାସ କରୁଛନ୍ତି। ସେମାନେ ସାଧାରଣ ସ୍ଥିତିକୁ ଫେରିନାହାନ୍ତି। ଧୀରେ ଧୀରେ ନିଜ ଘରକୁ ଏବଂ କାର୍ଯ୍ୟ ସ୍ଥଳକୁ ଯାଉଛନ୍ତି। ଫ୍ୟାକ୍ଟ୍ରି ଖୋଲିବା ଆରମ୍ଭ କରିଛି। ୮ ତାରିଖରେ ଉହାନରୁ ଲକଡାଉନ ହଟିବ। ସେହି ସମୟରେ ସମସ୍ତ ଲୋକଙ୍କର ପରୀକ୍ଷା କରାଯିବା ଜରୁରୀ। ତୁରନ୍ତ ଏଭଳି ପଦକ୍ଷେପ ନ ନେଲେ ୨ ସପ୍ତାହ ପରେ ଅର୍ଥାତ ଏପ୍ରିଲ ଶେଷ ସପ୍ତାହକୁ କରୋନା ଭୂତାଣୁ ଦ୍ବାରା ହାଲ୍‌କା ଏବଂ ସାମାନ୍ୟ ସ୍ତରରେ ଆକ୍ରାନ୍ତ ଥିବା ଲୋକ ଗମ୍ଭୀର ରୂପରେ ୩ୟ ପର୍ଯ୍ୟାୟ ମହାମାରୀ ସୃଷ୍ଟି କରିବାକୁ ସମର୍ଥ ହେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories