www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରଜରାଜନଗର ସୀମା ସିଲ

ବ୍ରଜରାଜନଗର : କେନ୍ଦ୍ର ସରକାର ଦେଶର ସବୁ ରାଜ୍ୟ ସହ ଜିଲାର ସୀମା ସିଲ କରି ଲକ ଡାଉନକୁ କଡାକଡି ଭାବେ ପାଳନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପେକ୍ଷରେ ପୂର୍ବରୁ ଓଡିଶା-ଛତିଶଗଡ ସୀମାକୁ ସିଲ କରିଦିଆ ଯାଇଥିବା ବେଳେ ବ୍ରଜରାଜନଗର ଅଞ୍ଚଳକୁ ଲାଗିକି ଥିବା ପଡୋଶୀ ସୁନ୍ଦରଗଡ଼ ଜିଲାର ସମସ୍ତ ସୀମାକୁ ସିଲ କରା ଯାଇଛି। ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ଫାଣ୍ଡି ଅଧୀନରେ ଥିବା ଅନେକ ଗାଁ ଗୁଡିକ ରାସ୍ତା ସୁନ୍ଦରଗଡ ସହିତ ସିଧାସଳଖ ସଂଯୋଗ କରୁଛି। ତେଣୁ ସରକାରଙ୍କ ନିର୍ଦେଶକୁ ପାଳନ କରି ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସୀମା ଗୁଡିକୁ ବନ୍ଦ କରି ଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ସୀମାନ୍ତ ସୁନ୍ଦରଗଡ ଦର୍ଲିପାଲିରେ ଥିବା ତାପଜ ବିଦୂତ ପ୍ରକଳ୍ପ (ଏନଟିପିସି)ରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଆସି ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ଲକ ଡାଉନ ପରିସ୍ଥିତିରେ ବର୍ତ୍ତମାନ ଶ୍ରମିକମାନେ ଗାଁ ମୁହାଁ ହେଉଛନ୍ତି ଓ ବ୍ୟାପକ ଭାବେ ଅଞ୍ଚଳ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ଏ ଭଳି ପରିସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ନେଇ ରାଜ୍ୟ ଓ ବାହାର ଜିଲ୍ଲାର ଲୋକେ ଅନ୍ୟ ଜିଲାକୁ ପ୍ରବେଶ କରିବା ଉପରେ କଟକଣା ଜରୁରୀ ହୋଇ ପଡିଛି। ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳର ସୀମାବର୍ତୀ ବଳଙ୍ଗୀବାହାଲ, କେଛୋବାହାଲ, ତିଲେଇମାଲ, ରତାଖଣ୍ଡି ରାସ୍ତାକୁ ପୋଲିସ ସିଲ କରିବା ସହିତ ଲୋକଙ୍କ ପ୍ରବେଶ ଓ ଗାଡି ମୋଟର ଚଳାଚଳ ଉପରେ କଟକଣା ଲାଗିଛି। ଆଜି ସକାଳୁ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ସଦଲବଳ ପଡୋଶୀ ସୁନ୍ଦରଗଡକୁ ଲାଗିକି ଥିବା ବ୍ରଜରାଜନଗର ଅଞ୍ଚଳର ରାଜପୁର, ଚନ୍ଦନୀମାଲ ପଞ୍ଚାୟତକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories