www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ପାଇଁ କଂଗ୍ରେସର କଂଟ୍ରୋଲ ରୁମ୍

ଭୁବନେଶ୍ବର : ବର୍ତ୍ତମାନ ଦେଶରେ କୋରୋନା ଏକ ସାଙ୍ଘାତିକ ମହାମାରୀ ଭାବରେ ଉଭା ହୋଇଛି । ଏ ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ଓ ରାଜ୍ୟର ଏହି ଦୁଃଖ ଦୁର୍ଦଶା ସମୟରେ ପିସିସି  ସଭାପତି  ନିରଞ୍ଜନ ପଟ୍ଟନାୟକ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ,  ଚିନ୍ମୟ ସୁନ୍ଦର ଦାସ, ରଜନୀ କୁମାର ମହାନ୍ତି, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, କୈଳାଶ ସାହୁ,ଦୀପକ କୁମାର ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲିଆ, ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ପ୍ରମୁଖ ୧୩ ଜଣ ଯୁବ କର୍ମୀ ଏହି କଂଟ୍ରୋଲ ରୁମକୁ ପରିଚାଳନା କରିବେ।

ଏହା ପ୍ରତିଦିନ ସକାଳ ୯ ଟାରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ । ଲକଡାଉନ ସମୟରେ ଯଦି କୌଣସି ବ୍ୟକ୍ତି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ବା କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ବର  ୦୬୭୪-୨୫୩୫୫୭୭ ରେ ଯୋଗାଯୋଗ କରିପାରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି  ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories