www.samajalive.in
Sunday, December 14, 2025
17.1 C
Bhubaneswar

ବୈଜ୍ଞାନିକମାନେ ଚାଷୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଜରୁରୀ: କୃଷିମନ୍ତ୍ରୀ

ଡେସ୍କ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଉତ୍ପାଦିତ ଦ୍ରବ୍ୟର ପରିମାଣ ବୃଦ୍ଧି କରିବା ପାଇଁ ବୈଜ୍ଞାନିକମାନେ କୃଷକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଆବଶ୍ୟକ। ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦର ୯୬ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିବା ପରେ ଶ୍ରୀ ଚୌହାନ ଏହା କହିଛନ୍ତି। କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ସମେତ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିବା ପାଇଁ ବୈଜ୍ଞାନିକ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଠାରୁ ଆରମ୍ଭ କରି କୃଷି ବିଜ୍ଞାନ କେନ୍ଦ୍ର ଓ ଆରମ୍ଭ କରିଚାଷ ଜମି ପର୍ଯ୍ୟନ୍ତ କୃଷିର ପ୍ରତ୍ୟେକ ଉପାଦାନ ଏକଜୁଟ ହୋଇ କାମ କରିବାର ଆବଶ୍ୟକତା ରହିଛି। ଶ୍ରୀ ଚୌହାନ କହିଛନ୍ତି ଯେ ଆଜି ବି ଦେଶର ଅଧା ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ ଏବଂ ଏହା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ଦେଶ କେବଳ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇନାହିଁ ବରଂ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନରେ ମଧ୍ୟ ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିଛି ବୋଲି ମନ୍ତ୍ରୀ କହିଥିଲେ। ଡାଲି ଓ ତୈଳବୀଜ କ୍ଷେତ୍ରରେ ମଧ୍ୟ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଉତ୍ପାଦନକୁ ପ୍ରଭାବିତ ନକରି ଜୈବିକ ଚାଷ ଉପରେ ଧ୍ୟାନ ଦେବାକୁ ସେ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories