www.samajalive.in
Saturday, December 6, 2025
14.1 C
Bhubaneswar

ଜୁନ୍ ୧୭ରେ ଖୋଲିବ ସ୍କୁଲ: ସପ୍ତାହେ ପୂର୍ବରୁ ସଫେଇ

ଭୁବନେଶ୍ଵର: ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ସବୁକୁ ପରିଷ୍କାର କରାଯିବ। ଏ ନେଇ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ଶ୍ରେଣୀ ଗୃହ , କ୍ୟାମ୍ପସ ସଫା କରିବା ସହ ସ୍କୁଲ ପରିସରରେ ଥିବା ଅନାବନା ଗଛ ସବୁକୁ କଟାଯିବ। ଏପରିକି ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏବଂ ପାନୀୟ ଜଳକୁ ମଧ୍ୟ ଗୁରୁତ୍ଵ ଦିଆଯିବ। ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଏବଂ ସହାୟିକା ଆସିବେ। ୧୭ ତାରିଖରେ ସ୍କୁଲ ଖୋଲିବ କିନ୍ତୁ ସେଦିନ ପାଠପଢା ହେବନାହିଁ। ୧୮ ତାରିଖରୁ ପାଠପଢା ଆରମ୍ଭ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ୧୭ ତାରିଖ ଦିନ ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଡିଇଓ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ବୁଲି ସ୍ଥିତି ପରଖିବେ। ତେବେ ଚଳିତବର୍ଷ ଏପ୍ରିଲ ୨୫ ତାରିଖରୁ ଖରା ଛୁଟି ଆରମ୍ଭ ହୋଇଥିଲା।  ଗ୍ରୀଷ୍ମ ଅବକାଶ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories