କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ
ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଘର ଖୁବଶୀଘ୍ର ନିର୍ମିତ ହେଲେ ବିଦ୍ୟାର୍ଥୀମାନେ ପାଠ ପଢିପାରିବେ ବୋଲି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପରିଷଦ ସଦସ୍ୟା ମିନତୀ ଗାଗରାଇ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ରତ୍ନପ୍ରଭା ରାଉତ, ଗାଁ ମୁରବୀ ପ୍ରତାପସେନ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ। ପ୍ରକାଶଯୋଗ୍ୟ ୫୫ ନଂ ଜାତୀୟ ରାଜପଥ ସଂପ୍ରସାରଣ ଫଳରେ କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟର ଅର୍ଦ୍ଧାଧିକ ଘର ଭାଙ୍ଗିଥିଲା । ବିଦ୍ୟାର୍ଥୀମାନେ ଦୁଇଟି ପ୍ରକୋଷ୍ଠରେ ପାଲ ଟାଣି ପଢୁଥିଲେ। ହେଲେ ଧୁଳି ଧୂସରରେ ବିଦ୍ୟାର୍ଥୀମାନେ ଅଣନିଶ୍ୱାସୀ ହୋଇପଡୁଥିଲେ। ଏ ସଂପର୍କରେ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅର୍ଥ ଦେଇଥିଲେ ମଧ୍ୟ କ’ଣ ପାଇଁ ଶୀଘ୍ର ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ହେଉନାହିଁ ଏ ସଂପର୍କରେ ସମାଜରେ ତଥ୍ୟ ଭିତ୍ତିକ ଖବର ମଧ୍ୟ ପ୍ରକାଶ ପାଇଥିଲା ।
Comments are closed.