www.samajalive.in
Tuesday, December 9, 2025
19.1 C
Bhubaneswar

୧୭ ବର୍ଷ ଧରି ନିଃଶୁଳ୍କ ଶିକ୍ଷାଦାନ କରୁଥିବା ବିଦ୍ୟାଳୟ

ଇନ୍ଦୋରସ୍ଥିତ ଏକ ବିଦ୍ୟାଳୟ ହେଉଛି ‘ପାଲିବାଲ୍‌ ବାଲ୍ ବିନୟ ମନ୍ଦିର’। ୧୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରୁ ଏହା ମଧ୍ୟରେ ୪,୫୦୦ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ବୈଜ୍ଞାନିକ, ଅନ୍ୟମାନେ ଡାକ୍ତର, ଇଂଜିନିୟର ହେବା ସହ କେତେଜଣ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ସୁନାମ ଅର୍ଜନ କଲେଣି। ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଗରିବ ତଥା ଅସହାୟ ପରିବାରର ପିଲାଙ୍କୁ ଏଠାରେ ପାଠପଢ଼ିବାକୁ ସୁଯୋଗ ମିଳିଥାଏ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କଠାରୁ କୌଣସି ପ୍ରକାର ଦେୟ ନିଆଯାଉ ନଥିବାବେଳେ ବରଂ ସେମାନଙ୍କୁ ପାଠ୍ୟପୁସ୍ତକ, ଖାତା, କଲମ, ପେନସିଲ୍ ମାଗଣାରେ ଦିଆଯାଇଥାଏ। ବିଦ୍ୟାଳୟକୁ ସ୍ଥାନୀୟ ଅଞ୍ଚଳର ଶିଳ୍ପପତିମାନେ ମୁକ୍ତ ହସ୍ତରେ ଦାନ କରୁଥିବାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ କ୍ଷେତ୍ରରେ ସଫଳ ହୋଇଥିବା ବିଦ୍ୟାର୍ଥୀମାନେ ମଧ୍ୟ ନିୟମିତ ଦାନ କରିଥାନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ମୋଟ୍ ୩୨୫ଜଣ ବିଦ୍ୟାର୍ଥୀ ଅଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ବିଦ୍ୟାଳୟର ୨ଜଣ ବିଦ୍ୟାର୍ଥୀ ଏବେ ଇସ୍ରୋରେ କାର୍ଯ୍ୟରତ। ଅନ୍ୟ ଜଣେ ଛାତ୍ର ଅଂଶୁମାନ ଆମେରିକାର ‘ଗୁଗୁଲ୍’ କମ୍ପାନୀରେ କାର୍ଯ୍ୟରତ। ଏହି ସଫଳ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ନିୟମିତ ଭାବେ ପଦକ୍ଷେପ ନେଇଥାନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories