www.samajalive.in
Saturday, December 6, 2025
15.1 C
Bhubaneswar

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର : ବିଶିକୁ କାଟି ବୁଢ଼ା ଆଙ୍ଗୁଠି କରାଗଲା

କଟକ :  ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଶନିବାର ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଦେଢ଼ବର୍ଷ ବୟସର ଏକ ଶିଶୁକନ୍ୟାର ଜନ୍ମରୁ ବୁଢ଼ା ଆଙ୍ଗୁଠି ନ ଥିଲା। ବିଶି ଆଙ୍ଗୁଠିକୁ କାଟି ବୁଢ଼ା ଆଙ୍ଗୁଠିର ପ୍ରାକୃତିକ ରୂପ ଦେଇଛନ୍ତି ଡାକ୍ତର। ମାଇକ୍ରୋସର୍ଜିକାଲ ପଦ୍ଧତିରେ ଏହି ଅସ୍ତ୍ରୋପଚାର କରାଯାଇଛି, ଯାହା ରାଜ୍ୟରେ ପ୍ରଥମ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।
ଦେବଗଡ଼ ଜିଲା ଛତାବରନିବାସୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କ କନ୍ୟା ସ୍ମୃତିରେଖାଙ୍କ ଡାହାଣ ହାତରେ ଜନ୍ମରୁ ଚାରିଟି ଆଙ୍ଗୁଳି ରହିଥିଲା। ବୁଢ଼ା ଆଙ୍ଗୁଠି ବିନା ହାତରେ କୌଣସି କାର୍ଯ୍ୟ କରିବା କଷ୍ଟକର ହୋଇଥାଏ। ତେଣୁ ସୁରେନ୍ଦ୍ର ତାଙ୍କ ଶିଶୁକନ୍ୟାଙ୍କ ଚିକିତ୍ସା କରିବା ଲାଗି ଏସ୍‌ସିବିକୁ ଆଣିଥିଲେ। ବିଭିନ୍ନ ପରୀକ୍ଷା ପରେ ଆଙ୍ଗୁଠିର ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ। ବିଶି ଆଙ୍ଗୁଠି କାଟି ବୁଢ଼ା ଆଙ୍ଗୁଠିକୁ ପ୍ରତିରୋପଣ କରିଥିଲେ। ଏହି ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ବୁଢା ଆଙ୍ଗୁଠି ସାଧାରଣ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ। ୪ ମାସ ପୂର୍ବେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଅପରେଟିଂ ମାଇକ୍ରୋସ୍କୋପ୍‌ ଅଣାଯାଇଥିଲା। ଏହା ଦ୍ବାରା ପ୍ରଥମ କରି ଏପରି ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଥିବା ବିଭାଗୀୟ ଡାକ୍ତର କହିଛନ୍ତି।

ପ୍ରଫେସର ବିଭୂତି ନାୟକଙ୍କ ନେତୃତ୍ବରେ ଡା. ଆଶିଷ ପଟ୍ଟନାୟକ, ଡ. ମହେଶ ମଣ୍ଡଳ, ଡ. ଚନ୍ଦନ, ଡ. ରୋଜାଲିନ୍‌ ଏହି ଅସ୍ତ୍ରୋପଚାର କରିଥିଲେ। ନିଶ୍ଚେତକ ଡାକ୍ତର ସଞ୍ଜୀବ, ଡାକ୍ତର କମଲ ସାମିଲ ଥିଲେ। ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories