www.samajalive.in
Saturday, December 6, 2025
15.1 C
Bhubaneswar

ତେଲଙ୍ଗାନାରେ ପୁଣି ବର୍ବରକାଣ୍ଡ : ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଉଦ୍ୟମ

ହାଇଦରାବାଦ : ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ଯୁବକ ୧୭ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ି ମାରିଦେବା ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ତିନିମାସ ତଳେ ଏହି ରାଜ୍ୟରେ ଜଣେ ପଶୁଚିକିତ୍ସିକାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରି ଦିଆଯାଇଥିଲା। ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା ଜନସାଧାରଣଙ୍କୁ ଉତ୍ତେଜିତ କରିଛି।
ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଥିରୁମଙ୍ଗଳଗିରି ବ୍ଲକ ଅନ୍ତର୍ଗତ ରାଘବପୁର ଗ୍ରାମର ସମ୍ପୃକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ନ୍ତି। ପୀଡ଼ିତାଙ୍କ ପଡ଼ୋଶୀ ଅଭିଯୁକ୍ତ ଭେଙ୍କଟେଶ (୨୪) ଅପାଠୁଆ ଓ ଦୈନିକ ମୂଲ ଲାଗି ଚଳେ। ଭେଙ୍କଟେଶ ଦୁଇ ବର୍ଷ ହେଲା ଛାତ୍ରୀ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରି ଆସୁଥିଲା। `ତେବେ ସେ ପାଠ ପଢୁ ନ ଥିବା ତଥା ମୂଲ ଲାଗୁଥିବାରୁ ଛାତ୍ରୀ ଜଣକ ଅଭିଯୁକ୍ତର ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଶୁକ୍ରବାର ଛାତ୍ରୀଙ୍କ ପିତାମାତା ମୂଲ ଲାଗିବା ପାଇଁ ହାଇଦରାବାଦ ଯାଇଥିବାବେଳେ ଘରେ ସେ ଏକାକୀ ଥିଲେ। ଏହି ସୁଯୋଗରେ ଭେଙ୍କଟେଶ ତାଙ୍କ ଘର ଭିତରେ ପଶି ଦୁଷ୍କର୍ମ କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ପୀଡ଼ିତା ଜଣକ ନଗ୍ନ ତଥା ନିଆଁ ଲାଗିବା ଅବସ୍ଥାରେ ଦୌଡ଼ିଦୌଡ଼ି ଘର ବାହାରକୁ ପଳାଇ ଆସି ଜୀବନ ବଞ୍ଚାଇବା ପାଇଁ ବିକଳରେ ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁଆସି ତୁରନ୍ତ ପୀଡ଼ିତାଙ୍କୁ ମହାତ୍ମା ଗାନ୍ଧୀ ସ୍ମାରକୀ ଚିକିତ୍ସାଳୟରେ ଭର୍ତ୍ତି କରାଇ ଥିଲେ। ଏବେ ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ପ୍ରତିଶୋଧପରାୟଣ ହୋଇ ଏପରି କାଣ୍ଡ ଭିଆଇଥିବା ଥିରୁମଙ୍ଗଳଗିରି ଥାନାଧିକାରୀ ଏସ ଡାନିଏଲ କହିଛନ୍ତି। ପୁଲିସ୍‌ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମରେ ମାମଲା ରୁଜୁକରି ଭେଙ୍କଟେଶକୁ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ୨୬ ବର୍ଷିଆ ଜଣେ ପଶୁ ଚିକିତ୍ସିକାଙ୍କୁ ଟୋଲ ପ୍ଲାଜା ନିକଟରୁ ଟେକି ନେଇ ୪ଜଣ ଦୁର୍ବୃତ୍ତ ବଳାତ୍କାର କରିଥିଲେ। ପରେ କିରାସିନି ଢାଳି ସମ୍ପୃକ୍ତ ଯୁବତୀଙ୍କୁ ଜୀବନ୍ତ ପୋଡ଼ି ମାରିଦେଇ ତାଙ୍କ ଶବକୁ ଏକ କଲଭର୍ଟ ତଳେ ଫିଙ୍ଗି ଦେଇଥିଲେ ା ଘଟଣାର ଦୁଇଦିନପରେ, ଅର୍ଥାତ୍‌ ନଭେମ୍ବର ୨୮ ତାରିଖରେ ସାଇବରାବାଦ୍‌ ପୁଲିସ୍‌ ଚିକିତ୍ସିକାଙ୍କ ଶବ ଉଦ୍ଧାର କରିଥିଲା। ଏହି ଘଟଣା ସମଗ୍ର ଦେଶରେ ଆ​‌େ​‌କ୍ରାଶ ସୃଷ୍ଟି କରିଥିଲା। ପୁଲିସ୍‌ ଘଟଣାର ଦୁଇଦିନ ପରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ରିମାଣ୍ଡରେ ଆଣି ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତମାନେ ପୁଲିସ୍‌ଠାରୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଉଦ୍ୟମ କରିଥି​‌େ​‌ଲ। ପୁଲିସ୍‌ ଓ ଅଭିଯୁକ୍ତଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ା ଶେଷରେ ପୁଲିସ୍‌ ଗୁଳିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ୩ମାସ ନ ବିତୁଣୁ ପୁଣି ଏପରି ଏକ ଘଟଣା ତେଲଙ୍ଗାନାରେ ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories