www.samajalive.in
Sunday, December 7, 2025
13.1 C
Bhubaneswar

ଆସନ୍ତାକାଲିଠାରୁ ଏସ୍‌ସିବିରେ ପାଠପଢ଼ା, ୭ରେ ପରୀକ୍ଷା

କଟକ : ଜାତୀୟ ମେଡିକାଲ କମିସନ(ଏନ୍‍ଏମ୍‍ସି)ଙ୍କ ନିର୍ଦେଶକ୍ରମେ ପହିଲାରୁ ରାଜ୍ୟର ମେଡିକାଲ କଲେଜଗୁଡିକରେ ଶିକ୍ଷାଦାନ ଆରମ୍ଭ ହେବ। ୧ରୁ ଶିକ୍ଷାଦାନ ହେବାକୁ ଥିବାବେଳେ ୭ତାରିଖରୁ ଏମ୍‌ବିବିଏସ୍‌ ପ୍ରଥମବର୍ଷ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନ୍‌ଏମସି ଫେବୃଆରୀ ମାସ ସୁଦ୍ଧା ପ୍ରଥମ ବର୍ଷ ପରୀକ୍ଷା ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ନ ଦେଇ ତରବରିଆଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ନେଇ ମେଡିକାଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୯ ନଭେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡାକ୍ତରୀ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏମିତିକି ଖୋଦ ସ୍ୱାସ୍ଥ୍ୟସଚିବ ଏ ଦିଗରେ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ପାଳନ ନ କରି ମନଇଚ୍ଛା ମେଡିକାଲ ପରୀକ୍ଷା ପରିଚାଳନା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନଏମସି ଫେବୃଆରୀ ପର୍ଯ୍ୟନ୍ତ ଅବଧି ଦେଇଥିବାବେଳେ କାହା ସ୍ୱାର୍ଥରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୭ରୁ ପ୍ରଥମବର୍ଷ ଏମବିବିଏସ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୋଭିଡ-୧୯ ଯୋଗୁଁ ମାର୍ଚ୍ଚ ମାସରୁ ମେଡିକାଲ କଲେଜରେ ଶିକ୍ଷାଦାନ ବନ୍ଦ ରହିଛି। ଏମିତିକି ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟ ମେଡିକାଲ କଲେଜଗୁଡିକରେ ଅନଲାଇନରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ମଧ୍ୟ ଏସ୍‌ସିବି ମେଡିକାଲରେ ବହୁ ବିଳମ୍ବରେ ତାହା ଆରମ୍ଭ ହୋଇଥିଲା। କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରେ ଏନଏମସି ପକ୍ଷରୁ ମେଡିକାଲ କଲେଜଗୁଡିକରେ ଅଫଲାଇନ(ଶ୍ରେଣୀଗୃହ) ଶିକ୍ଷାଦାନ ଆରମ୍ଭ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏନଏମସି ନିର୍ଦେଶ ପରେ ରାଜ୍ୟ ସରକାର ଡିସେମ୍ବର ୧ରୁ ମେଡିକାଲ କଲେଜରେ ଅଫଲାଇନ ଶିକ୍ଷାଦାନ ଆରମ୍ଭ ହେବ। ଯଦିଓ ଏହାର ଯଥେଷ୍ଟ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମ, କିମସ ଏବଂ ହାଇଟେକ ମେଡିକାଲ କଲେଜରେ ଅଫଲାଇନ ଶିକ୍ଷା ଆରମ୍ଭ ହୋଇଛି। ୧ରୁ ଶିକ୍ଷାଦାନ ଆରମ୍ଭ ହେବାକୁ ଥିବାବେଳେ ୭ତାରିଖରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଏନଏମସି ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦେଶକୁ ନ ମାନି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ ପରୀକ୍ଷା ଆୟୋଜନ ନିଷ୍ପତ୍ତି ନେଇଛନ୍ତି। ଉଭୟ ହାଇଟେକ ଓ ଏସସିବି ମେଡିକାଲ କଲେଜ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ। ନଭେମ୍ବର ୨୦ରୁ ହାଇଟେକ ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେଏ ପର୍ଯ୍ୟନ୍ତ ଏସସିବିରେ ଆରମ୍ଭ ହୋଇନି। ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇନଥିବାବେଳେ ହଠାତ ପରୀକ୍ଷା ଆୟୋଜନକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ମେଡିକାଲ କଲେଜଗୁଡିକରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ବିଦ୍ୟାର୍ଥୀଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏସ୍‌ସିବି ଓ ହାଇଟେକ ଛାତ୍ରଙ୍କ ପାଇଁ ସ୍ୱଳ୍ପ ସମୟ ଦେବାକୁ ନେଇ ଅଭିଭାବକ ମଧ୍ୟ। ଏନଏମସି ମାର୍ଗଦର୍ଶିକାକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ମେଡିକାଲ କଲେଜରେ ଜାନୁଆରୀରେ ପ୍ରଥମବର୍ଷ ଏମ୍‌ବିବିଏସ୍‌ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି। କେବଳ ବିଳମ୍ବରେ ପରୀକ୍ଷା ପରିଚାଳନା କରିବା ନୁହେଁ, ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବହୁ ମେଧାବୀ ଡାକ୍ତର ଛାତ୍ରଛାତ୍ରୀ ସର୍ବଭାରତୀୟ ପିଜି ପରୀକ୍ଷା ଦେବାକୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମେଡିକାଲ କଲେଜ ପାଇଁ ଏକକ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଶିକ୍ଷାବର୍ଷ କ୍ୟାଲେଣ୍ଡର ନଥିବାରୁ ସୁବିଧା ଅନୁଯାୟୀ ବିଭିନ୍ନ ମେଡିକାଲ କଲେଜ ପାଠ ପଢା ଓ ପରୀକ୍ଷା ଆରମ୍ଭ କରୁଛନ୍ତି। ଏଥିପାଇଁ ଉତ୍କଳବିଶ୍ବବିଦ୍ୟାଳୟ ଅଧିନସ୍ଥ ମେଡିକାଲ କଲେଜଗୁଡିକର ଛାତ୍ରଛାତ୍ରୀ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ ପଦକ୍ଷେପ ନେବା ସହ ପରୀକ୍ଷା ଘୁଞ୍ଚାଇବାକୁ ବହୁ ଅଭିଭାବକ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories