bjd gruha runa banner

ଭୟଙ୍କର ; ଦେଖୁ ଦେଖୁ ହଠାତ୍ ସବୁଜ ହେଲା ଆକାଶ, ବଦଳିଗଲା ଦୁବାଇର ପାଗ, ଦେଖନ୍ତୁ ଭିଡିଓ..

bjd  ek lkhya koti banner

ନୂଆଦିଲ୍ଲୀ : ଦୁନିଆର ଉନ୍ନତ ସହର ମାନଙ୍କ ମଧ୍ୟରୁ ଗୋଟିଏ ଦୁବାଇ। ପ୍ରବଳ ବର୍ଷା କାରଣରୁ ଏଠାରେ ଚାରି ଆଡେ ଖାଲି ପାଣି ଆଉ ପାଣି। ପ୍ରବଳ ବର୍ଷା କାରଣରୁ ବିମାନ ବନ୍ଦର ମଧ୍ୟରେ ପାଣି ପଶିଯାଇଛି। ଏହାପରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନେକ ସମୟ ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଥିଲା। ଏହାମଧ୍ୟରେ ଦୁବାଇର ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ୨୩ ସେକେଣ୍ଡର ଭିଡିଓରେ ଏଭଳି କିଛି ଅଛି ଯାହାକୁ ଦେଖିବା ମାତ୍ରେ ଯେ କେହି ମଧ୍ୟ କିଛି ସମୟ ପାଇଁ ଭୟଭୀତ ହୋଇ ଯିବ। ଭିଡିଓରେ ଦେଖାଯାଉଛି, ଦୁବାଇରେ ହଠାତ୍ କିଭଳି ବଦଳି ଯାଉଛି ପାଗ। ଆକାଶ ସମୂର୍ଣ୍ଣ ସବୁଜ ହୋଇ ଯାଉଛି। ଏହି ପୋଷ୍ଟକୁ ଗୋଟିଏ ଦିନ ପୂର୍ବରୁ ଏକ୍ସରେ ଶେୟାର କରାଯାଇଛି। ସେବେ ଠାରୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓକୁ ଦେଖି ସାରିଲେଣି। ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

ଏକ ରିପୋର୍ଟ ଅନୁଯାୟୀ ଆକାଶର ରଙ୍ଗ ଏଭଳି ହେବାର କାରଣ,ଆକାଶରେ ଚାରିଆଡେ ପଡିଥିବା ରଶ୍ମି ବାୟୁମଣ୍ଡଳ ଦ୍ୱାରା ବାଦଲରେ ବରଫର ବିନ୍ଦୁ ଗୁଡିକୁ ଚମକାଇଥାଏ। ପର୍ଯ୍ୟାନ୍ତ ଗଭୀର ଓ ପାଣିର ମାତ୍ରାରେ ଥିବା ବାଦଲ ପାଣି/ବରଫର ବିନ୍ଦୁ ମୁଖ୍ୟତଃ ନୀଳ ରଙ୍ଗର ରଶ୍ମୀ ହୋଇଥାଏ। ଯେତେବେଳେ ବାୟୁମଣ୍ଡଳରେ ପଡିଥିବା ଲାଲ ରଶ୍ମି ବାଦଲରେ ନୀଳ ପାଣି/ବରଫର ବୁନ୍ଦାକୁ ଚମକାଏ, ସେତେବେଳେ ତାହା ସବୁଜ ରଙ୍ଗ ଭଳି ଚମକୁଥିବା ଦେଖାଯାଏ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

Comments are closed.