www.samajalive.in
Saturday, December 6, 2025
15.1 C
Bhubaneswar

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ୨୧ଟି ବିଦ୍ୟାଳୟରେ ଯୁକ୍ତ ୨ ପାଠ୍ୟକ୍ରମ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଉଛି। ୨୦୧୭-୧୮ ଶିକ୍ଷାବର୍ଷରେ ୨୬ଟି ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଯୁକ୍ତ ୨ ପାଠପଢା ଆରମ୍ଭ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଆହୁରି ଅଧିକ ୨୧ଟି ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଆରମ୍ଭ ହେବ। ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରଦାନ ସହ ଭିତ୍ତିଭୂମିର ବିକାଶ କରାଯାଉଛି। ଗତବର୍ଷ ୨୬ଟି ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପାଠପଢା ଆରମ୍ଭ ହୋଇଥିଲା ବେଳେ ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଭିତ୍ତିଭୂମି ଅନୁସାରେ ଗଜପତି, କନ୍ଧମାଳ, ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ, ରାୟଗଡା, ମାଲକାନଗିରି, କଳାହାଣ୍ଡି, ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲାରେ ଥିବା ୨୧ଟି ହାଇସ୍କୁଲରେ ଯୁକ୍ତ ୨ ବିଜ୍ଞାନ ଶ୍ରେଣୀ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ଉନ୍ନୀତ ବିଦ୍ୟାଳୟଗୁଡିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ବିଭାଗ ପକ୍ଷରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଓଡିଆ ଓ ଇଂରାଜୀ ବିଭାଗରେ ୨୩୦ ଜଣ ପିଜିଟି ଶିକ୍ଷକ ନିଯୁକ୍ତି ଲାଗି ଓଡିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ଆୟୋଗଙ୍କ ପକ୍ଷରୁ ୧୫୪ଜଣ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି। ଏହି ଶିକ୍ଷକଙ୍କୁ ଅତିଶୀଘ୍ର ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories