www.samajalive.in
Saturday, December 6, 2025
26.1 C
Bhubaneswar

ନୱାଜ ସରିଫଙ୍କ ପତ୍ନୀଙ୍କ ପରଲୋକ

ଲଣ୍ଡନ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପତ୍ନର ବେଗମ୍‍ କୁଲସୁମ୍‍ ନୱାଜ ସରିଫଙ୍କ ଲଣ୍ଡନାର ହାର୍ଲି ଷ୍ଟ୍ରିଟ୍‍ କ୍ଲିନିକ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପରଲୋକ ହୋଇଯାଇଛି। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। କୁଲସୁମ ଦୀର୍ଘ ଦିନ ହେବ ଅସୁସ୍ଥତା ମଧ୍ୟରେ ଗତି କରୁଥିଲେ। ତାଙ୍କୁ ଜୀବନ ରକ୍ଷା ଉପକରଣ ମଧ୍ୟରେ ରଖାଯାଇଥିଲା। ହେଲେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରଲକ୍ଷିତ ହେଉଥିଲା। ମାସେ ତଳେ ତାଙ୍କୁ ଲଣ୍ଡନର ହାର୍ଲି ଷ୍ଟ୍ରିଟ୍‍ କ୍ଲିନିକ୍‍ରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ଅଗଷ୍ଟ ମାସରେ କୁଲସୁମ ଲିଫୋମା ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। କର୍କଟ ହୋଇଥିବା ଜଣାପଡ଼ିବା ପରେ ତାଙ୍କର ୫ଥର କେମିଓଥିରାପି କରାଯାଇଥିଲା। ୧୯୫୦ରେ ଜନ୍ମିତ କୁଲସୁମ ୧୯୭୧ରେ ସରିଫଙ୍କୁ ବିବାହ କରିଥିଲେ। ଉଲ୍ଲେଖ ଯେ ଦୁର୍ନୀତି ଅଭିଯୋଗରେ ନୱାଜ ଏବଂ ତାଙ୍କ ଝିଅ ମାରିୟମ ଏବେ ପାକିସ୍ତାନ ରାୱଲପିଣ୍ଡିସ୍ଥିତ ଆଡିୟାଲ ଜେଲ୍‍ରେ ଅଛନ୍ତି। ଏଭଳି ସ୍ଥିତିରେ ବଗମ୍‍ କୁଲସୁମ ଲଣ୍ଡନରେ ପରଲୋକ ନେଇ ନୱାଜଙ୍କ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହବାଜ ସୂଚନା ଦେଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories