www.samajalive.in
Saturday, December 6, 2025
23.1 C
Bhubaneswar

ଜଣେ ଭାରତୀୟ ପାଠପଢୁଥିବା ଝିଅର ରୋଷୟା ଓ ଡ୍ରାଇଭରଙ୍କ ପାଇଁ ବର୍ଷକୁ ଖର୍ଚ୍ଚ କରିବେ ୨୮ ଲକ୍ଷ ଟଙ୍କା

ଲଣ୍ଡନ .- ସ୍କଟଲାଣ୍ଡରେ ପଢୁଥିବା ଝିଅର ରୋଷୟା, ଡ୍ରାଇଭର ସହ ଆହୁରି ୧୨ ଜଣ କର୍ମଚାରୀଙ୍କ ପାଇଁ ଭାରତର ଜଣେ ବିତ୍ତଶାଳୀ ପିତା ବର୍ଷକୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।   ସ୍କଟଲ୍ୟାଣ୍ଡର ପୂର୍ବତଟରେ ଥିବା ସେଣ୍ଟ ଆଣ୍ଡ୍ରିଉ ବିଶ୍ୱବିଦ୍ୟାଳୟରେ ତାଙ୍କ ଝିଅ ପ୍ରଥମବର୍ଷ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ସ୍କଟଲାଣ୍ଡରେ ଥିବା ତାଙ୍କର ବିଶାଳ ପ୍ରାସାଦରେ ଝିଅ ରହିବା ସମୟରେ ଏହି ୧୨ ଜଣ ସହାୟକମାନେ ରହିବେ । ଏଥିପାଇଁ ସେଠାକାର ଖବର କାଗଜମାନଙ୍କର ବିଜ୍ଞାପନ ଦିଆଯାଇଛି ।

୧୨ ଜଣଙ୍କ ମଧ୍ୟରେ ରୋଷୟା, ଡ୍ରାଇଭରଙ୍କ ସହ ଘରର ପ୍ରବନ୍ଧକ, ୩ ଜଣ ସହାୟକ, ଜଣେ ମାଳୀ, ଜଣେ ମହିଳା ସହାୟକ , ମହିଳା ସହାୟକଙ୍କର ସହାୟକ, ୩ ଜଣ ଉପ ସହାୟକଙ୍କର ଆବଶ୍ୟକତା ବିଷୟରେ ବିଜ୍ଞାପନ ଦିଆଯାଇଛି । ସେଠାକେର ଲୋକପ୍ରିୟ ଖବର କାଗଜ ଦି-ସନ୍’ରେ ଏହି ବିଜ୍ଞାପନ ଦିଆଯାଇଛି ।

- Advertisement -

ଏଥିରେ ଆଗରୁ ଅଭିଜ୍ଞତା ଥିବା ଲୋକଙ୍କୁ ଏହି କାର୍ଯ୍ୟପାଇଁ ଆବେଦନ କରିବା ପାଇଁ  କୁହାଯାଇଛି । ତେବେ ବିଜ୍ଞାପନରେ ଏହି ଧନୀ ଭାରତୀୟଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories