www.samajalive.in
Saturday, December 6, 2025
14.1 C
Bhubaneswar

ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା: ବିହାର ସରକାର, ସିବିଆଇର ମତାମତ ଲୋଡିଲେ ସୁପ୍ରିମକୋର୍ଟ

ମୁଜାଫରପୁର : ବିହାରର ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା ସମ୍ବନ୍ଧରେ ରିପୋର୍ଟ ପ୍ରକାଶ ନେଇ ଗଣମାଧ୍ୟମ ଉପରେ ପାଟନା ହାଇକୋର୍ଟଙ୍କ କଟକଣା ଲାଗୁ ବିରୋଧରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାଜ୍ୟ ସରକାର ଓ ସିବିଆଇର ମତାମତ ଲୋଡିଛନ୍ତି। ତଦନ୍ତକାରୀଙ୍କ ସ୍ୱାର୍ଥ ଏବଂ ଗଣମାଧ୍ୟମର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା ଦୃଷ୍ଟିରୁ ହାଇକୋର୍ଟଙ୍କ ରାୟର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ବିଚାରପତି ଏମ୍‍. ବି. ଲୋକୁର ଏବଂ ଦୀପକ ଗୁପ୍ତା ସହମତି ପ୍ରକାଶ କରିଛନ୍ତି। ଏଥିସହ ଏହି ମାମଲାରେ ଜଣେ ଆମିକସ୍‍ କ୍ୟୁରି ନିଯୁକ୍ତ କରିବା ନେଇ ହାଇକୋର୍ଟ ଅଗଷ୍ଟ ୨୯ରେ ଦେଇଥିବା ନିର୍ଦେଶ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ରହିତାଦେଶ ଲାଗୁ କରିଛନ୍ତି। ତଦନ୍ତ ସମ୍ବନ୍ଧୀୟ ତଥ୍ୟ ପ୍ରଘଟ ଆଶଙ୍କା କରି ହାଇକୋର୍ଟ ଅଗଷ୍ଟ ୨୩ରେ ଗଣମାଧ୍ୟମକୁ ଏ ସମ୍ପର୍କୀତ ରିପୋର୍ଟ ପ୍ରକାଶ କରିବାକୁ ବାରଣ କରିଥିଲେ। ମାତ୍ର ଏହି ରାୟ ବିରୋଧରେ ଜଣେ ସାମ୍ବାଦିକ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମୁଜାଫରପୁର ଆଶ୍ରୟସ୍ଥଳରେ ୩୦ରୁ ଊର୍ଦ୍ଧ୍ବ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories