www.samajalive.in
Monday, December 15, 2025
15.1 C
Bhubaneswar

ମହିଳାମାନଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦେବା ପାଇଁ ୧୦୦ ଜଣଙ୍କୁ ତାଲିମ୍‍ ପ୍ରଦାନ କରାଯାଉଛି : ଜେନେରାଲ୍‍ ନରୱଣେ

ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀରେ ପୁରୁଷ ଓ ମହିଳାମାନଙ୍କୁ ସମାନ ମର୍ଯ୍ୟଦା ପ୍ରଦାନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସେନାବାହିନୀ ମୁଖ୍ୟ ଜେନେରାଲ୍‍ ମନୋଜ ନରୱଣେ କହିଛନ୍ତି। ଜେନେରାଲ୍‍ ନରୱଣେ କହିଛନ୍ତି, ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ୍‍ ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏ ଦିଗରେ ଅଧିକ ପଦକ୍ଷେପ ନେବାରେ ସହାୟତା କରିବ।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଭାରତୀୟ ସେନାବାହିନୀ ଧର୍ମ, ଜାତି, ବଂଶ କିମ୍ବା ପୁରୁଷ ଓ ମହିଳା ଭିତ୍ତିରେ କୌଣସି ପକ୍ଷପାତ କରେନାହିଁ। ସେ କହିଛନ୍ତି, ଭାରତୀୟ ସେନାବାହିନୀର ଆଭିମୁଖ୍ୟ ଏହିଭଳି ରହି ଆସିଥିବାରୁ ୧୯୯୩ ମସିହାଠାରୁ ସେନାବାହିନୀରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇ ଆସୁଛି। ସେନାବାହିନୀ ମୁଖ୍ୟ କହିଛନ୍ତି, ଭାରତୀୟ ସେନାବାହିନୀ ମହିଳାମାନଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛି ଓ ପ୍ରଥମ ବ୍ୟାଚରେ ୧୦୦ ଜଣ ମହିଳା ଯବାନ ସାମରିକ ପୁଲିସ କେନ୍ଦ୍ର ଓ ସ୍କୁଲ କର୍ପସ୍‍ ଗୁଡ଼ିକରେ ନେଉଛନ୍ତି। ଜାମ୍ମୁ କାଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ସେ କହିଛନ୍ତି, ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଓ ସନ୍ତ୍ରାସବାଦୀ ଗୋଷ୍ଠୀଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇଛି। ସେ କହିଛନ୍ତି, ସୀମାପାର ଆତଙ୍କବାଦ ହ୍ରାସ କରାଯିବା ପାଇଁ ବାହ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଛି। ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସ ପୂର୍ଣ୍ଣାଙ୍ଗ ଅଧିବେଶନ ବିଷୟରେ ସେ କହିଛନ୍ତି, ପାକିସ୍ତାନକୁ ଏହାର ଯୋଜନା ଉପରେ ପୁନର୍ବିଚାର କରିବାକୁ ହେବ କାରଣ ଏହାର ମିତ୍ର ରାଷ୍ଟ୍ର ଚୀନ୍‍ ମଧ୍ୟ ଏହାକୁ ଏ କ୍ଷେତ୍ରରେ ସମର୍ଥନ କରୁନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories