www.samajalive.in
Sunday, December 14, 2025
14.1 C
Bhubaneswar

ସରକାରୀ ସହୟତା ସାଜିଛି ସାତ ସପନ : ଦୁର୍ଦ୍ଦଶା ଭିତରେ ଭିନ୍ନକ୍ଷମଙ୍କ ପରିବାର

ବଲାଙ୍ଗୀର :ଭିନ୍ନକ୍ଷମ, ଗରିବ, ଖଟିଖିଆଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା। ଏହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରୀ ବାବୁଙ୍କ ଅବହେଳା ଯୋଗୁ ଅନେକ ହିତାଧିକାରୀ ଯୋଜନା ଲାଭ ଉଠାଇବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଜଣେ ଗରିବ ହିତାଧିକାରୀ ହେଉଛନ୍ତି ଲୋଇସିଂହା ବ୍ଲକ ତଲିଉଡାର ପଞ୍ଚାୟତର ଛତାବାହାଲ ଗାଁର ଭିନ୍ନକ୍ଷମ ଯୁବତୀ ଗୌରୀ ପଧାନ। ଜନ୍ମରୁ ଶୁଣିପାରୁନଥିବା କି କହିପାରୁନଥିବା ଗୌରୀଙ୍କ ପାଇଁ ଏବେ ବାପା-ମାଙ୍କ ଭରସାରେ ରହିଥିବା ବେଳେ ଭଙ୍ଗା ଦଦରା ଘରେ ଗୁଞ୍ଜୁଛନ୍ତି ତିନି ପ୍ରାଣୀର କୁଟୁମ୍ବ।

ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଲିଉଡାର ପଞ୍ଚାୟତ ଅଧିନସ୍ଥ ଛତାବାହାଲ ଗାଁର ପ୍ରସନ୍ନ ପଧାନଙ୍କ ଝିଅ ଗୌରୀ ପଧାନ। ଜନ୍ମରୁ ଶୁଣି କି କହି ପାରୁନଥିବା ଗୌରୀଙ୍କ ପାଖକୁ ଏବେ ମଧ୍ୟ ସରକାରୀ ସହାୟତା ଅପହଞ୍ଚ। ନା ତାଙ୍କୁ ଦିଆଯାଇଛି ଭିନ୍ନକ୍ଷମ ଭତ୍ତା ନା ଅନ୍ୟ କୌଣସି ସୁବିଧା ସୁଯୋଗ। ବୟସର ଅପରାହ୍ନରେ ପହଞ୍ଚିଥିବା ତାଙ୍କ ବୃଦ୍ଧ ମା-ବାପା ହିଁ ତାଙ୍କ ଏକାମତ୍ର ଭରସା। ଦିନମଜୁରିଆ ଭାବେ କାମ କରି ପରିବାର ଚଳୁଥିବା ପ୍ରସନ୍ନ ନିଜ ଆୟରେ ଝାଟିମାଟିର ଏକ ଛପର ଘର କରିଛନ୍ତି। ତାହା ବି ଭଙ୍ଗା ଅବସ୍ଥାରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରି ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଏପର୍ଯ୍ୟନ୍ତ ଉଭୟ ପ୍ରସନ୍ନ ଓ ତାଙ୍କ ସ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉ ନଥିବା ବେଳେ ଭିନ୍ନକ୍ଷମ ଝିଅ ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଝିଅ ଗୌରୀର ଭତ୍ତା ପାଇଁ ସେ ବାରମ୍ବାର ପଞ୍ଚାୟତ, ବ୍ଲକ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି।

- Advertisement -

ଭିନ୍ନକ୍ଷମଙ୍କ ପାଇଁ ଅନେକ ଯୋଜନା ରହିଥିଲେ ମଧ୍ୟ ଗୌରୀ କୌଣସି ସୁବିଧା ପାଉନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାର ସମସ୍ତ ଛପର ଘରକୁ ଛାତଘର କରିବା ପାଇଁ ବାଃ ବାଃ ମାରୁଥିବା ବେଳେ ବାସ୍ତବରେ କିନ୍ତୁ ଚିତ୍ର ଭିନ୍ନ ରହିଛି। ବଡବଡିଆ ଲୋକ ଏହି ଯୋଜନାକୁ ହାତେଇ ସୁବିଧା ଉପଭୋଗ କରୁଛନ୍ତି। କିନ୍ତୁ ଗରିବମାନେ ଏଥିରୁ ବଞ୍ଚିତ। ତେବେ ପ୍ରସନ୍ନଙ୍କ କହିବା ଅନୁସାରେ ତାଙ୍କର ଝିଅ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ କେହି ବାହା ହେବେ ନାହିଁ। ତାଙ୍କୁ ଛାଡିଦେଲେ ଆଉ ଦେଖାଶୁଣା କରିବା ପାଇଁ କେହିନାହାନ୍ତି। ଫଳରେ ଭିନ୍ନକ୍ଷମ ଝିଅର ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନାରେ ଘରଟିଏ ଓ ଚଳିବା ପାଇଁ ଭତ୍ତା ଟଙ୍କା ପାଇଁ ସେ ଗୁହାରୀ କରିଛନ୍ତି।

 

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories