www.samajalive.in
Thursday, December 11, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କ ରହିତାଦେଶ – କୋଭିଡ୍‌ ପରୀକ୍ଷା ବିନା ଫେରିପାରିବେ ପ୍ରବାସୀ

ନୂଆଦିଲ୍ଲୀ: କୋଭିଡ-୧୯ ପରୀକ୍ଷାରେ ନେଗେଟିଭ ରିପୋର୍ଟ ଜଣାପଡ଼ିବା ପରେ ପ୍ରବାସୀଙ୍କୁ ଓଡ଼ିଶା ଆସିବାକୁ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି ପରେ ପ୍ରବାସୀଙ୍କ ଓଡ଼ିଶା ଫେରିବା ନେଇ ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି ଏବଂ ଏଣିକି ବିନା କୋଭିଡ୍-୧୯ ଟେଷ୍ଟରେ ପ୍ରବାସୀ ନିଜ ରାଜ୍ୟକୁ ଫେରିପାରିବେ। କରୋନା ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶନାମା ପରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବିଚାରପତି ସଞ୍ଜୟ କିଷନ କୌଲ ଓ ବିଚାରପତି ବି ଆର ଗଭାଇଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ ଯେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଏକପାଖିଆ ଓ ହାଇକୋର୍ଟ ଆଦେଶନାମା ଜାରି କରିବା ପୂର୍ବରୁ ଏସବୁ ଦିଗ ପ୍ରତି ଧ୍ୟାନ ଦେଇନାହାନ୍ତି। କରୋନା ମହାମାରୀ ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଦାୟିତ୍ୱ କାର୍ୟ୍ୟପାଳିକାର ଏବଂ କାର୍ୟ୍ୟପାଳିକା ସୁଚାରୁ ଢଙ୍ଗରେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶନାମା ଉଭୟ ସରକାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟଙ୍କୁ ଭରସା ଦେଇ ସଲିସିଟର ଜେନେରାଲ ଜଣାଇଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଆରମ୍ଭ ଠାରୁ ପହଞ୍ଚିବା ଏବଂ କ୍ୱାରେଣ୍ଟାଇନରେ ରହିବା ପର୍ୟ୍ୟନ୍ତ ସମସ୍ତ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୀକ୍ଷଣ ଦୃଷ୍ଟି ରଖୁଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories