www.samajalive.in
Saturday, December 13, 2025
14.1 C
Bhubaneswar

ଅଭିଯୁକ୍ତ ସାଂସଦ, ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅପରାଧ ମାମଲାରେ ଅଭିଯୁକ୍ତ ଥିବା ସାଂସଦ ତଥା ବିଧାୟକମାନେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ସେମାନଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ଦେଶରେ ରାଜନୀତିର ଅପରାଧକରଣ ରୋକିବା ଆଭିମୁଖ୍ୟରେ ‘ପବ୍ଳିକ୍‍ ଇଣ୍ଟ୍ରେଷ୍ଟ ଫାଉଣ୍ଡେସନ୍‍’ ଭଳି କେତେକ ସଂସ୍ଥା ପକ୍ଷରୁ ହୋଇଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତରେ ଶୁଣାଣି ଜାରି ରହିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର୍‍. ଏଫ୍‍. ନରିମନ୍‍, ଏ. ଏମ୍‍. ଖାନ୍‍ୱିଲକର, ଡି. ୱାଇ. ଚନ୍ଦ୍ରଚୂଡ ଏବଂ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ପକ୍ଷଙ୍କ ମତାମତକୁ ବିଚାରକୁ ନେଇଛନ୍ତି। ରାଜନୈତିକ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାର ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦ୍ଦେଶ୍ୟକୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଶୁଣାଣି ବେଳେ ରଖି ପ୍ରଶଂସା କରିଥିଲେ। ମାତ୍ର ଆଇନ ପ୍ରଣୟନ କ୍ଷେତ୍ର ମଧ୍ୟକୁ ବିଚାର ବିଭାଗ ପ୍ରବେଶ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସେ ଦର୍ଶାଇଥିଲେ। ଯେପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଦୋଷୀ ଘୋଷଣା କରା ନ ଯାଇଛି ସେପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ବିବେଚନା କରାଯିବ। କୋର୍ଟ କୌଣସି ବ୍ୟକ୍ତିଙ୍କ ମତଦାନ ଅଧିକାର ଉପରେ କୌଣସି ସର୍ତ୍ତ ଲାଗୁ କରିପାରିବେ ନାହିଁ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାର ଅଧିକ ମଧ୍ୟ ମତଦାନ ଅଧିକାରରେ ସମ୍ମିଳିତ ବୋଲି ବେଣୁଗୋପାଳ ଯୁକ୍ତି ବାଢିଛନ୍ତି। ପୀଠ କହିଛନ୍ତି, କୋର୍ଟ ଆଇନ ପ୍ରଣୟନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି; କିନ୍ତୁ ପ୍ରାର୍ଥୀଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିବାର ଅଧିକାର ସମସ୍ତ ମତଦାତାଙ୍କର ରହିଛି। ମତଦାତାଙ୍କ ଅବଗତି ନିମନ୍ତେ ରାଜନୈତିକ ଦଳଗୁଡିକ ନିଜନିଜ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରାଯିବା ବାଧ୍ୟତାମୂଳକ ହୋଇପାରିବ କି ନାହିଁ ସେସମ୍ବନ୍ଧରେ ପୀଠ ନିର୍ବାଚନ କମିସନ୍‍ଙ୍କ ମତାମତ ଲୋଡିଥିଲେ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories