www.samajalive.in
Monday, December 15, 2025
27.1 C
Bhubaneswar

କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ସର୍ତ୍ତରେ ୩ ଜଣଙ୍କ ଜାମିନ ମଞ୍ଜୁର

ରାଞ୍ଚି : ପ୍ରଳୟଙ୍କରୀ ବନ୍ୟାରେ ବିଧ୍ୱସ୍ତ କେରଳର ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇ ଦେବା ଦିଗରେ ଦେଶର ବିଚାର ବିଭାଗ ମଧ୍ୟ ଯତ୍ନଶୀଳ ହୋଇପଡିଛି। ଏକ ବିରଳ ଘଟଣାକ୍ରମେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଦାନ କରିବା ସର୍ତ୍ତରେ ଝାଡ଼ଖଣ୍ଡ ହାଇକୋର୍ଟ ସୋମବାର ତିନି ଜଣ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି। ଠକେଇ ଓ ଜାଲିଆତି ସମ୍ବନ୍ଧୀୟ ମାମଲାର ଅଭିଯୁକ୍ତ ଉତ୍ପଳ ରାଏକୁ ୭,୦୦୦ ଟଙ୍କା ଏବଂ ଧନେଶ୍ୱର ମଣ୍ଡଳ ଓ ଶମ୍ଭୁ ମଣ୍ଡଳକୁ ୫,୦୦୦ ଟଙ୍କା ଲେଖାଏଁ ଜୋରିମାନାରେ ଜାମିନ ପ୍ରଦାନ କରାଯାଇଛି। ଅଭିଯୁକ୍ତମାନେ ଜାମିନ ବାବଦ ଅର୍ଥ ଏହି ରିଲିଫ୍‍ ପାଣ୍ଠିରେ ଜମା କରିବେ ବୋଲି ବିଚାରପତି ଏ.ବି. ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଅନୁରୂପ ସର୍ତ୍ତରେ କେତେକ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିବା ଝାଡ଼ଖଣ୍ଡ ହାଇକୋର୍ଟ ଓକିଲ ସଂଘ ସାଧାରଣ ସମ୍ପାଦକ ହେମନ୍ତ କୁମାର ଶିକରୱାର ପ୍ରକାଶ କରିଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories