ବିବାହ ବିଚ୍ଛେଦ ପରେ ମଧ୍ୟ ସ୍ୱାମୀଙ୍କ କ୍ରୂରତା ଅଭିଯୋଗ ଆଣିପାରିବେ ମହିଳା : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ବିବାହ ବିଚ୍ଛେଦ ପରେ ମଧ୍ୟ ମହିଳାମାନେ ଘରୋଇ ହିଂସା ଆଇନ ଅନୁଯାୟୀ ସ୍ୱାମୀଙ୍କ ବିରୋଧରେ କ୍ରୂରତା ଏବଂ ନିର୍ଯାତନା ସମ୍ବନ୍ଧରେ ଅଭିଯୋଗ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବୈବାହିକ ସମ୍ପର୍କ ନ ଥିବା ସତ୍ତ୍ବେ ଜଣେ ମହିଳାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଅତ୍ୟାଚାରରୁ ମୁକ୍ତି ନିମନ୍ତେ କୋର୍ଟ ଶୁଣାଣି କରିପାରିବେ ବୋଲି ପୂର୍ବରୁ ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ଅଦାଲତ କାଏମ ରଖିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଏକ ଆବେଦନକୁ ବିଚାରପତି ରଞ୍ଜନ ଗୋଗୋଇ, ଆର୍‍. ଭାନୁମତି ଏବଂ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୬ର ଧାରାଗୁଡିକୁ ବିବାହ ପରେ ଲାଗୁ କରାଯାଇପାରିବ ନାହିଁ। ଏଭଳି କରାଗଲେ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ ଏବଂ ଆପୋଷ ବୁଝାମଣାର ସମ୍ଭାବନା ରହିବ ନାହିଁ ବୋଲି ବିବାହ ବିଚ୍ଛେଦ ଘଟାଇଥିବା ଜଣେ ବ୍ୟକ୍ତିଙ୍କ ଓକିଲ ଦୁଷ୍ୟନ୍ତ ପରାସର ଯୁକ୍ତି ବାଢିଥିଲେ; କିନ୍ତୁ ଖଣ୍ଡପୀଠ ତାଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।

Leave A Reply