www.samajalive.in
Saturday, December 6, 2025
23.1 C
Bhubaneswar

ଝାକରାଣୀଙ୍କ ପୀଠରୁ ଚୋରୀ: ମାଆଙ୍କ ଆଖିରେ ପୁଟୁଳି ବାନ୍ଧି ଲୁଟିନେଲେ

ବୁର୍ଲା: ଦିନକୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ବୁର୍ଲା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ବନ୍ଧର ପାଦଦେଶରେ ରହିଥିବା ମାଁ ଝାକରାଣୀଙ୍କ ପୀଠରୁ ଚୋରୀ ହୋଇଛି। କିଛି ଦୁର୍ବୁତ୍ତ ମନ୍ଦିରକୁ ଆସି ମାଆଙ୍କ ଆଖିରେ ପୁଟୁଳି ବାନ୍ଧି କିଛି ପୂଜା ସାମଗ୍ରୀ ଚୋରୀ କରିନେଇଛନ୍ତି। ମନ୍ଦିରରୁ ଦୁଇଗୋଟି ପିତ୍ତଳ ଘଣ୍ଟି, ପିତ୍ତଳ ଥାଳି, ତମ୍ବା ଗଡ଼ୁ, ପିତ୍ତଳ ବାଲଟି, ଭଗବାନ ଶିବଙ୍କ ଉପରୁ ଲାଗିଥିବା ପାଣି ଝରୁଥିବା ପିତ୍ତଳ ଗଡୁ ଆଦି ଚୋରୀ କରିନେଇଛନ୍ତି।  ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ମନ୍ଦିର ପୂଜକ ଦାମ ସ୍ୱାଇଁ ଲିଖିତ ଭାବରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ।  ବୁର୍ଲା ଥାନାଧିକାରୀଙ୍କ ସମେତ ସନ୍ଧାନୀ କୁକୁର  ପୀଠ ସ୍ଥଳକୁ ଯାଇ ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories