www.samajalive.in
Saturday, December 6, 2025
26.1 C
Bhubaneswar

ଇଏ ରାସ୍ତା ନା ମରଣଯନ୍ତା ?

ଲାଞ୍ଜିଗଡ: ରାସ୍ତା ନିର୍ମାଣ ହେବ। ଯୋଗାଯୋଗ ପାଇଁ ବାଟ ଫିଟିବ। ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକେ ଯାତାୟତ ପାଇଁ ସୁବିଧା ପାଇବେ। ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ତଥା ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତରୁ ସଂଯୋଗ କରୁଥିବା କଂସାରୀ ଓ ସିନ୍ଧି ବହାଲିକୁ ପ୍ରଧାନମନ୍ତ୍ରୀ ସଡ଼କ। ପ୍ରାୟ ଅଢେଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟୟ ହୋଇଥିଲା ୧କୋଟି ୨୩ଲକ୍ଷ୨୫ହଜାର ଟଙ୍କା, ହେଲେ ପରିତାପର ବିଷୟ ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ଉଲ୍ଲେଖ ନାହିଁ। କଳାହାଣ୍ଡି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ ଅଜିତ ପଟ୍ଟନାୟକ ନାମକ ଜଣେ ଠିକାଦାର ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ନିର୍ମାଣ ଶେଷ ନହେଉଣୁ ଉଜୁଡିଗଲା ରାସ୍ତା। ରାସ୍ତା ଭାଙ୍ଗିରୁଜି ଗଲା, ଲୋକେ ରାସ୍ତା ତ ପାଇଲେନି କେବଳ ଫଳକକୁ ଦେଖି ଖୁସି ହେଲେ, ମନମାରି ରହିଲେ। ଏପରିକି ରାସ୍ତା ନିର୍ମାଣର ଚାରିବର୍ଷ ବିତିସାରିଛି। ରାସ୍ତା ତ ଗଲା, ଗଲା। କିନ୍ତୁ ରାସ୍ତା ନିର୍ମାଣ ସହିତ ଏଷ୍ଟିମେଟ ଓ ଏଗ୍ରିମେଣ୍ଟ ଅନୁସାରେ ନିର୍ମାଣ ପରେ ପାଞ୍ଚବର୍ଷ ସମୟାନୁସାରେ ମରାମତି କରାଯିବା କଥା। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ତଥା ଅବହେଳା ଯୋଗୁଁ କିନ୍ତୁ ବିଗତ ପାଞ୍ଚବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ ରାସ୍ତା ମରାମତି କରିବା ପାଇଁ ପଦକ୍ଷେପ ନେଇନାହାନ୍ତି। ରାସ୍ତା କାମ ଆରମ୍ଭରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା ହେଲେ ସେ ସମୟରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏବେ ରାସ୍ତାର ଦୂରବସ୍ଥା ଯୋଗୁଁ ବାତେଲିମା ପଞ୍ଚାୟତ ଅଞ୍ଚଳବାସୀ ବାତେଲିମା ସମିତି ସଭ୍ୟ ଗୋବିନ୍ଦ ନାଏକ, ପୂର୍ବତନ ସରପଞ୍ଚ ଯୋଗାଡି ମାଝୀ, ଭକ୍ତ ଦୋରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories