www.samajalive.in
Saturday, December 6, 2025
26.1 C
Bhubaneswar

ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇଲେ ଆମେରିକୀୟ ଦମ୍ପତି

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ବନବାସୀ ସେବା ସମିତିରେ ରହୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଜଣେ ଦୃଷ୍ଟିବାଧିତ କନ୍ୟାକୁ ଆପଣାଇ ଆମେରିକୀୟ ଦମ୍ପତି ଲୋକଙ୍କ ହୃଦୟ ଜିତିଛନ୍ତି। ଆମେରିକାର କାରଲାଇଜଲି ଏଭିନ୍ୟୁ ହେନରିକୋର ଦମ୍ପତି ଆରୋନ ମିଚେଲ ୱିଲସନ ଓ ତାଙ୍କ ପତ୍ନୀ ଡାନିଲେ ରିକିଆ ୱିଲସନ ସମସ୍ତ ସରକାରୀ ନିତି ନିୟମ ତଥା ଜିଲା ମାଜିଷ୍ଟ୍ରେଟଙ୍କ ସମସ୍ତ ନୀତି ନିୟମକୁ ମାନି ଓ କାଗଜପତ୍ର କାମ ସମ୍ପୂର୍ଣ୍ଣ କରି ବାଲିଗୁଡା ବନବାସୀସେବା ସମିତିରେ ରହିଆସୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟା ଇତିକୁ ପୋଷ୍ୟସନ୍ତାନ ଭାବରେ ଆପଣାଇଛନ୍ତି। ଅନାଥ ଇତି(କନ୍ୟା) ଗତ ୬/୪/୨୦୨୧ ମସିହାରୁ ବନବାସୀ ସେବା ସମିତିରେ ଶିଶୁଗୃହରେ ରହିଆସୁଥିଲା। ବର୍ତ୍ତମାନ ତାକୁ ବୟସ ତିନି ବର୍ଷ ଚାରି ମାସ।

ଦମ୍ପତି ବନବାସୀ ସେବା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁକୁ ଗ୍ରହଣ କରିଥିବାର ଜଣାଯାଇଛି। ଆମେରିକା ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରଜତ କୁମାର ଦିଗାଳ ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ ଡିସିପିଓ ରଶ୍ମିତା କରନ୍‌‌, ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗତ ୩ ବର୍ଷ ହେଲା ସେମାନେ ତାରା(ସେଣ୍ଟ୍ରାଲ୍‌‌ ଆଡପସନ୍‌‌ ରିସୋର୍ସ ଅଥରିଟି) ପାଖରେ ସେମାନେ ଆବେଦନ କରିଥିବାବେଳେ ଗତ ୩ ଦିନ ତଳେ ଉକ୍ତ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାର ଡିସିପିଓ ରଶ୍ମିତା କରନ୍‌‌ ସୂଚନା ଦେଇଛନ୍ତି। ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତି ଶିଶୁ କନ୍ୟାର କିଭଳି ଭାବେ ଯତ୍ନ ନେଉଛନ୍ତି ତାହା କନ୍ଧମାଳ ଜିଲା ପ୍ରଶାସନ ଓ ବନବାସୀ ସେବା ସମିତିଙ୍କୁ ସଂପୂର୍ଣ୍ଣ ତଥ୍ୟା ପ୍ରତ୍ୟେକ ସମୟରେ ପ୍ରଦାନ କରିବାର ନିୟମ ରହିଛି ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକୀୟ ଦମ୍ପତି ଉକ୍ତ ଦୃଷ୍ଟିବାଧିତ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଯୋଗୁଁ ବନବାସୀ ସେବା ସମିତି ଓ ବିଭିନ୍ନ ମହଲରେ ଖୁସିର ଲହରିୀ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଗୋଟିଏ ୫-ଷ୍ଟାର ହୋଟେଲରେ କାମ କରୁଥିବାବେଳେ ତାଙ୍କ ପତ୍ନା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ତଥ୍ୟ ପ୍ରଦାନ କରିଛନ୍ତି।

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories