www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀଜୀଉଙ୍କ ନୀତି ୩ ଘଣ୍ଟା ବିଳମ୍ବ, ଭକ୍ତ ହନ୍ତସନ୍ତ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ସୂର୍ଯ୍ୟପୂଜା ୮ଟା ୨୫ରେ ହୋଇଥିବାବେଳେ ଦ୍ଵାରାପାଳ ପୂଜା ପାଇଁ ୩ ଘଣ୍ଟା ବିଳମ୍ବ ହୋଇଛି। ୧୧ଟା ୨୫ରେ ଦ୍ଵାରାପାଳ ପୂଜା ସମ୍ପନ୍ନ ହୋଇଥିଲା। ତେବେ ପୂଜାପଣ୍ଡା ଓ ବିମାନବଡୁ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଶ୍ରାବଣ ମାସ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିବାବେଳେ ବିଳମ୍ବ ଓ ଦର୍ଶନ ବନ୍ଦ ଯୋଗୁ ଭକ୍ତ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ।

ସୂଚନା ଅନୁସାରେ, ଜୟ ବିଜୟ ଦ୍ଵାର ନିକଟକୁ ଜଣେ ବିମାନ ବଡୁ ଚାଲିଯିବାରୁ ମହାସ୍ନାନ ପାଇଁ ଜିଦ୍‌ ଧରିଥିଲେ ପୂଜାପଣ୍ଡା। ଏହାକୁ ନେଇ ବିବାଦ ହୋଇଥିଲା। ଦିନ ୮ଟା ୨୫ରୁ ୧୧ଟା ୨୫ ଯାଏଁ ଅଟକି ରହିଥିଲା ଠାକୁରଙ୍କ ନୀତିକାନ୍ତି। ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା। ତିନି ଘଣ୍ଟା ବିଳମ୍ବରେ ଦ୍ଵାରପାଳ ପୂଜା ଏବଂ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories