www.samajalive.in
Sunday, December 14, 2025
19.1 C
Bhubaneswar

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅଳିଆ ଆବର୍ଜନା ହଟାଇଲେ ଅଞ୍ଚଳବାସୀ

ସମ୍ବଲପୁର :  ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ବିଭିନ୍ନ  ଅଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଅନେକ ସ୍ଥାନରେ ଦିନ ଦିନ ଧରି ସଫେଇ କରାଯାଉ ନାହିଁ । ଫଳରେ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ୱାର୍ଡ ନଂ ୨୮ର ରାଧାରାଣୀ ବିହାର (ଭାଲୁପାଲି) ଠାରେ ଅଞ୍ଚଳବାସୀ ନିଜେ ସଫେଇ କରି ଏହାର ପ୍ରତିବାଦ କରିଛନ୍ତି । ଅଞ୍ଚଳର ସଫେଇ ନିୟମିତ ହେଉ ନ ଥିବା ବେଳେ ୨-୩ ଦିନରେ ଥରେ ଆବର୍ଜନା ଗାଡି ଅଞ୍ଚଳକୁ ଆସୁଛି । ଏଣୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆବର୍ଜନା ଜମି ରହୁଛି । ଏ ସର୍ମ୍ପକରେ ବାରମ୍ବାର ନିଗମ କର୍ତ୍ତୃପକ୍ଷଙ୍କୁ ଦାବି କରାଗଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଏଣୁ ଅଞ୍ଚଳବାସୀ ଏକତ୍ରୀତ ହୋଇ ରବିବାର ରାସ୍ତାର ଉଭୟ ପାର୍ଶ୍ବରେ ପଡିଥିବା ଅଳିଆ ଆବର୍ଜନା ଗୁଡିକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ଏକାଠି କରିଛନ୍ତି । ନିଗମର ଆବର୍ଜନା ସଂଗ୍ରହ ଗାଡି ଆସିଲେ ଉକ୍ତ ଆବର୍ଜନା ଗୁଡିକୁ ପ୍ରଦାନ କରାଯିବ । ଅଞ୍ଚଳ ସଫେଇ ସହିତ ବ୍ଲିଚିଂ ଗୁଣ୍ଡ ମଧ୍ୟ ସିଞ୍ଚନ କରାଯାଇଥିଲା । ଅଞ୍ଚଳବାସୀଙ୍କୁ ନିଗମ ତରଫରୁ ଡଷ୍ଟବିନ ପ୍ରଦାନ ଓ ନିୟମିତ ସଫେଇ କରିବାକୁ ଦାବି କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ରାଧାରାଣୀ ବିହାରର ବିଦ୍ୟାଧର ପ୍ରଧାନ, ନିଶିକାନ୍ତ ବିଶ୍ୱାଳ, ଶାନ୍ତାନୁ ପଣ୍ଡା, କିଶୋର ସିଂ, ଅଜୟ ସିଂ, ମିହିର ପୂଜାରୀ, ମୀନକେତନ ସାହୁ, ବିନୟ ମିଶ୍ର, ବିରମିତ୍ର ସେଠୀ, ଚେତନ ସାହୁ, ଭଗବାନ ବଡପଣ୍ଡା, ବ୍ରହ୍ମାନନ୍ଦ ମିଶ୍ର ଓ ଅନ୍ୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories