www.samajalive.in
Monday, December 15, 2025
17.1 C
Bhubaneswar

ହୋଟେଲ ଶିଳ୍ପକୁ ସରକାର ପ୍ରୋତ୍ସାହନ ଦିଅନ୍ତୁ – ଏଚଆରଏଡବ୍ଲ୍ୟୁଓ

ସମ୍ବଲପୁର: କରୋନା ସାରା ବିଶ୍ୱର ଅର୍ଥନୀତିକୁ ଧିର ମନ୍ଥର କରି ଦେଇଥିବା ବେଳେ ହୋଟେଲ ବ୍ୟବସାୟ ଏହାର ପ୍ରମୁଖ ମାଡ ଶିକାର ହୋଇଛି। ପୂର୍ବରୁ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଏହି ବ୍ୟବସାୟକୁ କରୋନା ଆହୁରୀ ପଛକୁ ଠେଲି ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ହୋଟେଲ, ରେଷ୍ଟୁରାଣ୍ଟ, ବାର, ବିବାହ ମଣ୍ଡପ ଆଦି ଖୋଲିବାକୁ ଅନୁମତି ପ୍ରଦାନ କରିନାହାନ୍ତି। ଏଣୁ ହୋଟେଲ ଶିଳ୍ପକୁ ସରକାର ପ୍ରୋତ୍ସାହନ ପ୍ରଦାନ କରନ୍ତୁ ଏବଂ ଶିଳ୍ପକୁ ଚାଲୁ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ପଶ୍ଚିମ ଓଡିଶା ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ଦାବି କରିଛି। ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ବୁଢ଼ାରଜା ସ୍ଥିତ ଏକ ସମ୍ରାନ୍ତ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଯଶବିର ସିଂହ ହୁରା କହିଛନ୍ତି ଯେ, କରୋନା ସଂକ୍ରମଣକୁ ଧ୍ୟାନରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା କଟକଣାକୁ ସମ୍ମାନ ଜଣାଇ ବିଗତ ୧୫ ମାସ ହେବ ଆମର ବ୍ୟବସାୟ ବନ୍ଦ ରହିଛି।

ଦ୍ୱିତୀୟ ଲହରୀର ପ୍ରକୋପ ଧିରେ ଧିରେ କମୁଥିବା ବେଳେ ପ୍ରାୟତଃ ସମସ୍ତ ବ୍ୟବସାୟିକ ଗତିବିଧିକୁ ସରକାର ପର୍ଯ୍ୟାୟ କ୍ରମରେ ଅନୁମତି ପ୍ରଦାନ କରିସାରିଛନ୍ତି। କରୋନା ସଂକ୍ରମଣ କମିବା ପରେ ରାଜ୍ୟ ସରକାର କରିଥିବା ‘ଏ’ ବର୍ଗର ଜିଲା ଗୁଡିକରେ ପଶ୍ଚିମ ଓଡିଶାର ଜିଲା ଗୁଡିକ ସାମିଲ ରହିଛନ୍ତି। ସରକାର ଗୋଟିଏ ପଟରେ ସକାଳ ୬ ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜିମ, ସାଲୁନ, ଦୋକାନ, ବଜାର ଆଦି ଖୋଲିବାକୁ ଅନୁମତି ଦେଇଥିବା ବେଳେ ଅନ୍ୟ ପଟରେ ବିମାନ, ରେଳ ଓ ବସ ଯାତ୍ରାକୁ ମଧ୍ୟ ଅନୁମତି ପ୍ରଦାନ କରିସାରିଛନ୍ତି। ତେବେ ସବୁଠାରୁ ବେଶୀ କରୋନାର ମାଡ ସହୁଥିବା ହୋଟେଲ ଶିଳ୍ପକୁ ଖୋଲିବାକୁ ଏ ପର୍ଯ୍ୟନ୍ତ ସରକାର ଅନୁମତି ପ୍ରଦାନ କରି ନାହାନ୍ତି।

- Advertisement -

ସରକାର ହୋଟେଲ ଶିଳ୍ପ ପାଇଁ ଦିଆଯାଇଥିବା ଅନ ସପ ମଦ ବାର, ବିଦ୍ୟୁତ ଦେୟ, ବିଭିନ୍ନ ପ୍ରକାରର ଟିକସ ଗୁଡିକୁ ନିୟମିତ ଆଦାୟ କରୁଥିବା ବେଳେ ଏ ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ପ୍ରଦାନ କରି ନାହାନ୍ତି। ବିଗତ ୧୫ ମାସ ହେବ ବ୍ୟବସାୟ ଠପ ପଡିଥିବା ବେଳେ କର୍ମଚାରୀଙ୍କ ଦରମା, ରକ୍ଷଣାବେକ୍ଷଣ ଆଦି ବିଭିନ୍ନ ଖର୍ଚ୍ଚ ପୂର୍ବବତ ରହିଥିବା ବେଳେ ସରକାରଙ୍କ ଟିକସ ଭାର ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏଥି ପାଇଁ ଏବେ ବଡ ହୋଟେଲ ମାନଙ୍କ ସମେତ ସମସ୍ତ ବଜେଟ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କର ଅବସ୍ଥା ନ କହିବା ଭଲ। ଏଣୁ ହଜାର ହଜାର ବ୍ୟକ୍ତିଙ୍କ ରୋଜଗାର ସହିତ ସିଧାସଳଖ ଯୋଡି ହୋଇଥିବା ଏହି ଶିଳ୍ପକୁ ସରକାର ତୁରନ୍ତ ପ୍ରୋତ୍ସାହିତ କରି ପୂର୍ବବତ କାର୍ଯ୍ୟକ୍ଷମ ପାଇଁ କମ ଦରରେ ଋଣ, ତାଲା ବନ୍ଦ ସମୟରେ ନିଆଯାଇଥିବା ଟିକସ ଗୁଡିକୁ ଫେରସ୍ତ, ଟିକସ ଗୁଡିକୁ କମ କରିବା, ୨ ବର୍ଷ ପାଇଁ ଜିଏସଟି ଟିକସ ଛୁଟି ଆଦି ପ୍ରଦାନ କରିବା ସହିତ ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରନ୍ତୁ ବୋଲି ସଭାପତି ହୁରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପ ସଭାପତି ଆଦିତ୍ୟ କୁମାର ମହାପାତ୍ରା (ରାଉରକେଲା), ସାଧାରଣ ସମ୍ପାଦକ ଅଭିଷେକ ଲାଟ (ଝାରସୁଗୁଡା), କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାମନ୍ତରାୟ, ଆଶିଷ ପାଲିତ, ନିତିନ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ଡିଲେଶ୍ୱର ଷଡଙ୍ଗୀ, ଅନୁପମ ଜୁନେଜା, ଇନ୍ଦ୍ରଜିତ ଷଡଙ୍ଗୀ, ଅଜିତ ସାମନ୍ତରାୟ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories