www.samajalive.in
Sunday, December 7, 2025
23.1 C
Bhubaneswar

ସମ୍ବଲପୁରରେ ଗୋ ସୁରକ୍ଷା ଓ ଗୋଶାଳା ପାଇଁ ଦାବି କଲା ବଜରଙ୍ଗ ଦଳ

ସମ୍ବଲପୁର: ଓଡିଶାରେ ବିଗତ ଦିନରେ ଗୋ ମାଫିଆ ମାନେ ସକ୍ରିୟ ହୋଇ ପଡିଥିବାରୁ ଗୋ ମାତାଙ୍କ ସୁରକ୍ଷା ଦାବି କରିଛି ବଜରଙ୍ଗ ଦଳ। ସମ୍ବଲପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ପତ୍ର ଅନୁଯାୟୀ, ହିନ୍ଦୁ ମାନଙ୍କର ଆରାଧ୍ୟ ଗୋ ବଂଶକୁ ପ୍ରତି ଦିନ ଶହ ଶହ ସଂଖ୍ୟାରେ ଅବୈଧ୍ୟ ଭାବରେ ବିଭିନ୍ନ ପ୍ରକାରର ଯାନବାହାନ ମଧ୍ୟରେ ସମସ୍ତଙ୍କର ଆଖିରେ ଧୂଳି ଦେଇ ରାଜ୍ୟ ତଥା ଦେଶ ବାହାରକୁ ଚୋରାରେ ଚାଲାଣ କରାଯାଉଛି। ଗୋ ମାଫିଆ ମାନେ ବେଧଡକ ଗୋ ହତ୍ୟା ଉଦ୍ଦେଶ୍ୟରେ ଗୋ ତସ୍କରୀ ଚଳାଛନ୍ତି। ଏଥିରୁ ସଂଗୃହିତ ଅର୍ଥ ରାଷ୍ଟ୍ରବିରୋଧୀ ଆତଙ୍କୀ ଗତିବିଧିରେ ନିୟୋଜିତ ହେଉଛି। ଗୋ ରକ୍ଷକ ମାନଙ୍କୁ ହତ୍ୟା ଧମକ, ମରାନ୍ତକ ଆକ୍ରମଣ, ମିଥ୍ୟା ମାମଲା ଆଦି ବିଭିନ୍ନ ସମସ୍ୟାରେ ଛନ୍ଦି ଦିଆଯାଉଛି। ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ସମାଜରେ ସାମ୍ପ୍ରଦାୟିକ ଉତ୍ତେଜନ ସୃଷ୍ଟି ହେବା ସହିତ ଗୋ ବଂଶ କ୍ଷିପ୍ର ଭାବରେ ଶେଷ ହେବାକୁ ଯାଉଛି।

ଏଣୁ ରାଜ୍ୟ ସରକାର ଗୋ ହତ୍ୟାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋ ରକ୍ଷକଙ୍କ ଉପରେ ଲଗାଯାଇଥିବା ମିଥ୍ୟା ମାମଲା ଗୁଡିକୁ ରଦ୍ଦ କରିବା, ଗୋ ଚୋରା ଚାଲାଣକୁ ରୋକିବା ପାଇଁ ଜିଲାରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ, ଗୋ ତସ୍କର ମାନଙ୍କୁ ଚିହ୍ନଟ କରି ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ, ପ୍ରତି ଜିଲାରେ ଗୋ ସଂରକ୍ଷଣ ପାଇଁ ଗୋଶାଳା ନିର୍ମାଣ, ଗୋ ଆଧାରିତ ଶିଳ୍ପ ପାଇଁ ଆବଶ୍ୟକ ତାଲିମ ସହିତ ଆର୍ଥିକ ପ୍ରୋତ୍ସାହନ ଓ ସମ୍ବଲପୁରରେ ଦୈନନ୍ଦିନ ଶହ ଶହ ମାତ୍ରାରେ ଗୋ ହତ୍ୟା କରାଯାଇ ପଶ୍ଚିମ ଓଡିଶାର ଅନେକ ସ୍ଥାନକୁ ରପ୍ତାନି କରାଯାଉଥିବା ବେଳେ ବିଗତ ଦିନରେ ୨୫୦୦ ରୁ ଉର୍ଦ୍ଧ ଗୋ ଚମଡା ଜବତ କରାଯାଇଛି। ଏଣୁ ସମ୍ବଲପୁରରେ ଚାଲିଥିବା ସମସ୍ତ ବେଆଇନ କଂସେଇଖାନା ଗୁଡିକୁ ତୁରନ୍ତ ବନ୍ଦ କରି ସମସ୍ତ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଗିରଫ କରି କଡା ଦଣ୍ଡବିଧାନ ପାଇଁ ବଜରଙ୍ଗ ଦଳ ଦାବି କରିଛି।

- Advertisement -

ପ୍ରଦତ୍ତ ଦାବିପତ୍ରରେ ପ୍ରାନ୍ତ ସଂଯୋଜକ ସୁଧିର ରଞ୍ଜନ ବହିଦାର, ଆଶୁତୋଷ ବେହେରା, ଆଦିତ୍ୟ ପୁରୋହିତ, ଜୟନ୍ତ ମହାପାତ୍ର, ନନ୍ଦକିଶୋର ମିଶ୍ର, ଶେଖର ସ୍ୱାମୀ, ଆୟୁଷ କୁମାର ମହାରଣା, ଆକାଶ ସାହୁ, ସୁଶୀଲ ମହାରଣା, ଚିଣ୍ଟୁ ସାହୁ, ବିଶ୍ୱଜିତ ବାରିକ, ଦେବାଶିଷ ରାଉତ, ଚିନ୍ମୟ ରଞ୍ଜନ ସାହୁ, ଦିନେଶ କୁମାର ସାହୁ, ଶ୍ରୀକାନ୍ତ ରଞ୍ଜନ ଛୁରିଆ, ହର୍ଷ ଛୁରା, ମୁନା ମୁଣ୍ଡା, ରୋହିତ ମୁଣ୍ଡା, ଓମ ପ୍ରକାଶ ସ୍ୱାଇଁ ଓ ବାରୁ ମୁଣ୍ଡା ପ୍ରମୁଖଙ୍କ ଦସ୍ତଖତ ରହିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories