www.samajalive.in
Monday, December 15, 2025
26.1 C
Bhubaneswar

ଧବଳମୁଖୀ ବେଶରେ ମାଁ ସମଲେଶ୍ୱରୀ 

ସମ୍ବଲପୁର: ପବିତ୍ର ମହାଳୟା ତିଥିରେ ଆଜି ମାଁ ସମଲେଶ୍ୱରୀ ଧବଳମୁଖୀ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ମାଙ୍କର ଧବଳମୁଖୀ ଦର୍ଶନ ଦ୍ୱାରା ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ । ଏଥିପାଇଁ ଶନିବାର ରାତ୍ରିରୁ ସମସ୍ତ ମନ୍ଦିର ମାନଙ୍କରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ମନ୍ଦିର ପରିସର ଗୁଡିକ ସଫେଇ କରାଯାଇ ରବିବାର ପ୍ରାତଃ କାଳରୁ ମହାନଦୀରୁ ପିତ୍ତଳ ପାତ୍ରରେ ଜଳ ଅଣାଯାଇ ମାଁ ସମଲେଶ୍ୱରୀଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମାଁଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା । ଏହାପରେ ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ନେତୃତ୍ୱରେ ପୂଜାରୀ ମାନେ ଶ୍ୱେତ ବସ୍ତ୍ର ଧାରଣ କରି ପୂଜାର୍ଚ୍ଚନା ଓ ସମସ୍ତ ନିତିବିଧି ଗୁଡିକୁ ସମ୍ପନ୍ନ କରିଥିଲେ।।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ବର୍ଷତମାମ ସିନ୍ଦୁରବର୍ଣ୍ଣା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟା ତିଥିରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି । ଏଥିସହ ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା ସ୍ନାନ କରିବାର ନିୟମ ରହିଛି । କିନ୍ତୁ ଯେଉଁ ଭକ୍ତ ମାନେ କୌଣସି କାରଣରୁ ଗଙ୍ଗା ଯାଇ ପାରନ୍ତି ନାହିଁ ସେମାନେ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପରେ ମାଁ ଙ୍କର ଏହି ଅପୂର୍ବ ଧବଳମୁଖୀ ଦର୍ଶନ କରି ସମାନ ଫଳ ପାଇବାର ମାନ୍ୟତା ରହିଛି । ଏଣୁ ମନ୍ଦିରରେ ସକାଳୁ ପ୍ରବଳ ଭିଡ ଲାଗି ରିହିଛି ।

- Advertisement -

ଅପରପକ୍ଷରେ ଭକ୍ତ ମାନଙ୍କୁ ସୁରୁଖୁରୁରେ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଜି ଠାରୁ କେବଳ ଶୁଦ୍ଧ ଓମଫେଡ ଘିଅରେ ଦୀପ ପ୍ରଜ୍ବଳିତ କରାଯିବା ସହ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories