www.samajalive.in
Saturday, December 6, 2025
16.1 C
Bhubaneswar

ମାଁ ବାଟ ମଙ୍ଗଳାଙ୍କ ଧବଳମୁଖୀ ବେଶ 

ସମ୍ବଲପୁର : ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଦଲେଇପଡା ସ୍ଥିତ ମାଁ ବାଟମଙ୍ଗଳା ମନ୍ଦିରରେ ମାଁ ଆଜି ଭକ୍ତ ମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ମୁଖ୍ୟ ପୂଜକ ସୁରେଶ ଚନ୍ଦ୍ର ପଟ୍ଟନାୟକ ରବିବାର ଭୋରରୁ ମାଁ ଙ୍କୁ ଧବଳମୁଖୀ ବେଶରେ ଶୃଙ୍ଗାର କରି ସୁସଜ୍ଜିତ କରିଥିଲେ । ଏହା ପରେ ପାରମ୍ପରିକ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିଲା । ନବରାତ୍ର ପାଇଁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ସୋମବାରଠାରୁ ମାଁ ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ସହିତ ଜାଗର ଦୀପ ପ୍ରଜ୍ୱଳନ କରାଯିବ । ପୀଠେ ସପ୍ତମୀ ତିଥିରେ ମାଁଙ୍କୁ ୩ ଦିନ ଧରି ସ୍ୱତନ୍ତ୍ର ଜାଗର ଦୀପ ପ୍ରଜ୍ୱଳନ କରାଯିବ । ସପ୍ତମୀ ତିଥିରେ ମାଁ ଙ୍କ ଖଣ୍ଡା ଧୁଆ, ଅଷ୍ଟମୀ ତିଥିରେ ମାଁ ଙ୍କ ଖଣ୍ଡା ପାରମ୍ପରିକ ଦୁଲଦୁଲି ବାଜାର ଆସରରେ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଁ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ପବିତ୍ର କୁମାର ପୂର୍ଣ୍ଣିମା ତିଥି ଆସନ୍ତା ୬ ତାରିଖରେ ମାଁ ବାଟମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଓ ଧ୍ୱଜାରୋହଣ ଅନୁଷ୍ଠିତ ହେବା ସହିତ ଖିରି ଭୋଗ ବଣ୍ଟନ କରାଯିବ ବୋଲି ମନ୍ଦିର ପୂଜକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories