www.samajalive.in
Sunday, December 14, 2025
19.1 C
Bhubaneswar

ହାଇକୋର୍ଟ ବେଞ୍ଚ ଦାବିରେ କେନ୍ଦ୍ର ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ଚିଠି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଘୋଷଣା ଦାବିରେ ସମ୍ବଲପୁର ଜିଲା ଓକିଲ ସଂଘ ଶୁକ୍ରବାର ପୃଥକ ପୃଥକ ତିନିଟି ଚିଠି କେନ୍ଦ୍ର ଆଇନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଚିଠି ପଠାଯାଇଛି। ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ହୋଇଛି ବୋଲି ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି।
ଜିଲା ଓକିଲ ସଂଘ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ସହ ରାଜ୍ୟ ସରକାରଙ୍କ ଏକ ବିଶେଷଜ୍ଞ ଦଳ ଶୀଘ୍ର କେନ୍ଦ୍ର ସରକାରଙ୍କ ପାଖକୁ ଯାଇ ବେଞ୍ଚ ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ଦିଗରେ ଆଲୋଚନା କରନ୍ତୁ। ଏ ସଂକ୍ରାନ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ନିଜ ମତ ଜଣାଇବା ପାଇଁ ଅନୁରୋଧ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ପାଖକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ତିନି ଥର କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ସାରିଲେଣି। କିନ୍ତୁ କେନ୍ଦ୍ର ଏ ଦିଗରେ ଉଦାସୀନ ଥିବାରୁ କୌଣସି ସକାରାତ୍ମକ ଫଳ ମିଳି ନାହିଁ। କେନ୍ଦ୍ର ସରକାର ହାଇକୋର୍ଟଙ୍କଠାରୁ ମତ ଲୋଡ଼ିଥିଲେ ମଧ୍ୟ ତାହା ମିଳିନାର୍ହି। କେନ୍ଦ୍ର ସରକାର ସଂସଦର ପରବର୍ତ୍ତୀ ଅଧିବେଶନରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଶୀଘ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଚିଠିରେ ଅନୁରୋଧ କରିଛି। କେନ୍ଦ୍ର ଆଇନମନ୍ତ୍ରୀ ସିଏସିକୁ ପୁଣି ଥରେ ଆଲୋଚନା କରିବାକୁ ସମୟ ଦେବାକୁ ସମ୍ବଲପୁର ବାର ଚିଠିରେ ଅନୁରୋଧ କରିଛି।
ଅପର ପକ୍ଷରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ତୃତୀୟ ଦିନରେ ବିଚାର ବିଭାଗୀୟ ଓ ରାଜସ୍ୱ ଅଦାଲତ ଅଚଳ କରି ଦିଆ ଯାଇଛି। ଜିଲା ଓକିଲ ସଂଘ ନେତୃତ୍ୱରେ କଚେରୀ ଛକରେ ଗଣଧାରଣା ଦିଆଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories