www.samajalive.in
Monday, December 15, 2025
27.1 C
Bhubaneswar

ତୈଳ ଉତ୍ପାଦନ ଓ ମୂଲ୍ୟ ଉପରେ ପ୍ରଭାବ ପକାଉଛି ଅସ୍ଥିର ବିଶ୍ବ ପରିସ୍ଥିତି – ଧର୍ମେନ୍ଦ୍ର ପ୍ରଧାନ

 – ଆମେରିକା ସହ ତୈଳ ପ୍ରସଙ୍ଗ ନେଇ ହୋଇଛି ଆଲୋଚନା,  -ପେଟ୍ରୋଲ, ଡିଜେଲକୁ ଜିଏସ୍‍ଟି ପରିସରକୁ ଆଣିବା ସପକ୍ଷରେ ମତ ଦୋହରାଇଲେ ପେଟ୍ରୋଲିୟମ ମନ୍ତ୍ରୀ

ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ତୈଳଦର ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଆନ୍ତର୍ଜାତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ଚାପ ଯୋଗୁ ତୈଳଦରରେ ଅସାମାନ୍ୟ ବୃଦ୍ଧି ଘଟୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱରଠାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଦେଲେ ପରିସ୍ଥିତିର ମୁକାବିଲା ସଠିକ୍‍ଭାବେ କରିହେବ ନାହିଁ। ଇରାନ୍‍, ଭେନେଜୁଆଲା ଏବଂ ତୁର୍କୀ ଭଳି ରାଷ୍ଟ୍ରର ରାଜନୈତିକ ସ୍ଥିତି ଅଶୋଧିତ ତୈଳ ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ତୈଳ ଉତ୍ପାଦନ ରାଷ୍ଟ୍ରଗୋଷ୍ଠୀ- ଓପେକ୍‍ ପକ୍ଷରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ଲାଗି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରାଯାଇନାହିଁ। ବିଶ୍ୱ ତୈଳ ଉତ୍ପାଦନ କ୍ଷେତ୍ରକୁ ପ୍ରଭାବିତ କଲାଭଳି ବୃହତ ଶକ୍ତି ଆମେରିକା ସହ ଭାରତର ଅନବରତ ଆଲୋଚନା ହେଉଛି।

ଗୁରୁବାର ନୂଆଦିଲ୍ଲୀଠାରେ ୨+୨ ଆଲୋଚନା କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇ ସେ ସଂପର୍କରେ ଦୁଇପକ୍ଷ ଆଲୋଚନା କରିଥିଲେ। ଏହାଛଡ଼ା ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲକୁ ଏବେ ବସ୍ତୁ ଓ ସେବାକର ପରିସର ମଧ୍ୟକୁ ଅଣାଯିବାର ନିହାତି ଆବଶ୍ୟକତା ରହିଛି। ଏବେ ଏହି ଦୁଇଟି ସାମଗ୍ରୀ ଜିଏସ୍‍ଟି ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଏଣୁ ଜିଏସ୍‍ଟି ମଧ୍ୟକୁ ପେଟ୍ରୋଲ ଓ ଡିଜେଲ ଅଣାଗଲେ ଜନସାଧାରଣଙ୍କ ସମେତ ସବୁପକ୍ଷ ପାଇଁ ଶୁଭଙ୍କର ହେବ।

- Advertisement -

ସେ କହିଥିଲେ ଯେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ଟିକସ ବୃଦ୍ଧି କରି ପ୍ରାୟ ୭ ହଜାର କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି। ସେଥିରେ ହ୍ରାସ କରାଗଲେ ଜନସାଧାରଣ ଉପକାର ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ। ସାମୁଦ୍ରିକ ଉଡ଼ାଜାହାଜ ଅବତରଣ ସ୍ଥଳ ସଂପର୍କରେ ହେଉଥିବା ଆଲୋଚନାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଚିଲିକା କେବଳ ଏକମାତ୍ର ସ୍ଥାନ ନୁହେଁ। ଆମର ରାଜ୍ୟ ଉପକୂଳରେ ବିସ୍ତୀର୍ଣ୍ଣ ସାମୁଦ୍ରିକ ଜଳରାଶି ରହିଛି। ସେହିପରି ଅଂଶୁପା ଭଳି ଅନେକ ହ୍ରଦ ମଧ୍ୟ ରହିଛି। ଏସବୁକୁ ପର୍ଯ୍ୟଟନ ଦୃଷ୍ଟିରୁ ବିଭବଶାଳୀ କରିବା ପାଇଁ ହେଲେ ସାମୁଦ୍ରିକ ଉଡ଼ାଜାହାଜ ଅବତରଣ ସ୍ଥଳ ଚିହ୍ନଟ କରିବାକୁ ପଡ଼ିବ। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଆଲୋଚନା ସଂପର୍କରେ ମତ ରଖି ମନ୍ତ୍ରୀ କହିଥିଲେ ଯେ ଏଭଳି ବ୍ୟବସ୍ଥା ରାଷ୍ଟ୍ର ହିତରେ। ଓଡ଼ିଶାରେ ସବୁବେଳେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଆସିଛି। ତେବେ ତାଙ୍କ ଦଳ ଯେକୌଣସି ସମୟରେ ନିର୍ବାଚନର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories