www.samajalive.in
Monday, December 15, 2025
15.1 C
Bhubaneswar

ମହଙ୍ଗା ହେଲା ଋଣ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଦେଶର ସବୁଠୁ ବଡ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଋଣ ନେବା ଏବେ ମହଙ୍ଗା ହୋଇଛି । ଗ୍ରାହକଙ୍କୁ ବଡ ଝଟକା ଦେଇ ବ୍ୟାଙ୍କ୍ ଏମସିଏଲଆରରେ ବୃଦ୍ଧି କରିଛି । ବ୍ୟାଙ୍କର ଏହି ନିଷ୍ପତ୍ତିର ପ୍ରଭାବ ହୋମ୍, ଅଟୋ, ଘରୋଇ ଲୋନ୍ ଉପରେ ପଡିବ। ଏ ନେଇ କମ୍ପାନୀ ନିଜ ୱେବସାଇଟରେ ସମସ୍ତ ସୂଚନା ଦେଇଛି। ଆରବିଆଇ ରେପୋ ଦରରେ ବୃଦ୍ଧି କରିବା ପରେ ଅଧିକାଂଶ ବ୍ୟାଙ୍କ୍ ଋଣ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ଏସବିଆଇ ମାସେ ପୂର୍ବରୁ ମଧ୍ୟ ସୁଦ୍ଧହାର ବଢାଇଥିଲା। ନୂଆ ରେପୋ ରେଟ୍ ପରେ ଏସବିଆଇର ତିନି ମାସର ଲୋନ୍ ଉପରେ ଏମସିଏଲଆର ୭.୦୫ରୁ ୭.୧୫କୁ ବଢିଛି। ୬ ମାସ ଅବଧି ବିଶିଷ୍ଟ ଋଣରେ ଏମସିଏଲଆର ୭.୩୫ରୁ ୭.୪୫କୁ ବୃଦ୍ଧି ପାଇଛି । ସେହିପରି ଏକ ବର୍ଷର ଋଣ ଉପରେ ଏମସିଏଲଆର ୭.୪ରୁ ୭.୫କୁ ବୃଦ୍ଧି ପାଇଛି । ଏତତ୍ ବ୍ୟତୀତ ଦୁଇ ବର୍ଷର ଅବଧିରେ ଏମସିଏଲଆର ୭.୭ରୁ ବୃଦ୍ଧି ପାଇ ୭.୮ରେ ପହଞ୍ଚିଛି। ଏସିଏଲଆର ବୃଦ୍ଧି ପାଇଲେ ସବୁ ଋଣ ଉପରେ ପ୍ରଭାବ ପଡିଥାଏ। ଅଧିକାଂଶ ଋଣ ଏକ ବର୍ଷର ଅବଧି ପାଇଁ ହୋଇଥାଏ। ଏହା ବୃଦ୍ଧି ପାଇବା ପରେ ଗୃହ ଋଣ, ବ୍ୟକ୍ତିଗତ ଋଣ ଓ ଅଟୋ ଋଣ ମହଙ୍ଗା ହୋଇଯାଇଛି। ଋଣ ନେଇଥିବା ଗ୍ରାହକ ପୂର୍ବାପେକ୍ଷା ଅଧିକ ଇଏମଆଇ ପ୍ରଦାନ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories