www.samajalive.in
Monday, December 15, 2025
14.1 C
Bhubaneswar

ବନ୍ୟା ମୁକାବିଲାରେ କେନ୍ଦ୍ରାପଡ଼ା ପ୍ରଶାସନ ବିଫଳ

କେନ୍ଦ୍ରାପଡ଼ା: ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲାର ତିନିଟି ବ୍ଲକର ୮୬ଟି ଗାଁରେ ବନ୍ୟା ତାଣ୍ଡବ ରଚିଛି। ଜିଲାର ୮୫୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ସମସ୍ତଙ୍କ ପାଖରେ ଏଯାଏ ପ୍ରଶାସନ ପହଞ୍ଚି ପାରିନି। ଗୋଟିଏ ଗୋଟିଏ ଗାଁରେ କେବଳ ଚୂଡ଼ା ବସ୍ତାଏ ଲେଖାଁଏ ପହଞ୍ଚିଥିବାବେଳେ କୁନିକୁନି ପିଲା ଓ ଗୋରୁଗାଈଙ୍କ ପାଇଁ ଖାଦ୍ୟ ପହଞ୍ଚି ନାହିଁ। ପାଣିଘେରରେ ଥିବା ଲୋକଙ୍କ ଯାଆସ ପାଇଁ ଡଙ୍ଗା ବ୍ୟବସ୍ଥା ହୋଇନଥିବାରୁ ବିପଦପୂର୍ଣ୍ଣ ଭାବେ ଲୋକେ କଦଳୀଭେଳାରେ ଯା’ଆସ କରୁଛନ୍ତି। ମହାନଦୀର ଶାଖା ନଦୀ ଗୁଡ଼ିକରେ ପାଣି ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ୍ୟା ସ୍ଥିତିକୁ ଧ୍ୟାନରେ ରଖି ବନ୍ୟପ୍ରବଣ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକୁ ଦୁଇଦିନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।

ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦରୁ ପାଣି ଆସିବା ପରେ କେନ୍ଦ୍ରାପଡ଼ା ଜିଲାରେ ବନ୍ୟାର ପ୍ରକୋପ ଦେଖାଦେଇଛି। ଜିଲାରେ ପ୍ରବାହିତ ହେଉଥିବା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଓ ପାଇକା ନଦୀ ଫୁଲିଉଠିଛି। ଜିଲାର ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ଏବେ ସୁଦ୍ଧା ଗରଦପୁର ବ୍ଲକ ଅଧିକ ପ୍ରଭାବିତ ହୋଇଛି। ବ୍ଲକର ନଦୀକୂଳିଆ ଗାଁଗୁଡ଼ିକରେ ପାଣି ପଶିବାରୁ ଗାଁ ଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁରେ ଥିବା ବିଦ୍ୟାଳୟ ଗୃହଗୁଡ଼ିକରେ ଲୋକେ ଆଶ୍ରୟ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରୁ ବିଭିନ୍ନ ଗାଁରେ ପାଣି ପଶିଛି। ଲୋକେ ଜୀବନ ବଞ୍ଚାଇବା ପାଇଁ ନିରାପଦ ସ୍ଥାନକୁ ଆସିଥିବା ବେଳେ ଗୋରୁଗାଈ ମାନଙ୍କୁ ନଦୀବନ୍ଧରେ ବାନ୍ଧିଛନ୍ତି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଗାଁ ଗୁଡ଼ିକର ଲୋକଙ୍କୁ ଉଦ୍ଧାର ଓ ଯାଆସ ପାଇଁ ଏଯାଏ ଡଙ୍ଗାର ବ୍ୟବସ୍ଥା କରାଯାଇନି। ଗରଦପୁର ବ୍ଲକରେ ଛୋଟ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ କଦଳୀଭେଳାରେ ବିପଦପୂର୍ଣ୍ଣ ଭାବେ ବଢ଼ିଲା ନଦୀ ପାର ହେଉଛନ୍ତି। ଅନ୍ୟପକ୍ଷରେ ସନ୍ଧ୍ୟାରେ ବ୍ଲକରେ ୧୭ଟି ଦେଶୀଡଙ୍ଗା ଓ ୧୦ଟି ବୋଟ ପହଞ୍ଚିଥିବା ସୂଚନା ମିଳିଛି। ମାର୍ଶାଘାଇ ବ୍ଲକର କ୍ଷତିଗ୍ରସ୍ତ ଗାଁଗୁଡ଼ିକରେ ସନ୍ଧ୍ୟା ସୁଦ୍ଧା କେବଳ ଚୂଡ଼ା ବସ୍ତାଏ ଲେଖାଁ ପହଞ୍ଚିଛି। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ମହମବତୀ ବି ପହଞ୍ଚିନି। କେବଳ ଚୂଡ଼ା ବସ୍ତାଏ ଦେଇ ପ୍ରଶାସନ ଦାୟିତ୍ୱ ଶେଷ କରିଥିବା ଅଭିଯୋଗ ହୋଇଛି। ଏହି ବ୍ଲକରେ ବି ଶିଶୁଖାଦ୍ୟ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟ ପହଞ୍ଚିପାରିନି। ଗତକାଲି ରାତିରୁ ବହୁଲୋକେ ପାଣି ଘେରରେ ଥିବାବେଳେ ପ୍ରଶାସନ ନ ପହଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଳମ୍ବରେ କିଛି ଗ୍ରାମବାସୀଙ୍କ ପାଖରେ ଦେଶୀ ଡଙ୍ଗା ପହଞ୍ଚିଛି। ସେହିଭଳି ଡେରାବିଶ ବ୍ଲକରେ ବି ବିପନ୍ନଙ୍କ ପାଖରେ ଶିଶୁଖାଦ୍ୟ ଓ ଗୋଖାଦ୍ୟ ପହଞ୍ଚିପାରିନି।

- Advertisement -

ଏବେ ବି ଜିଲାର କିଛି ନଦୀବନ୍ଧରେ ଘଳିଆପଡ଼ିଛି। ଗରଦପୁର ବ୍ଲକର ଚିତ୍ରୋତ୍ପଳା ନଦୀକୂଳ ଶାସନିପଡ଼ା ଗାଁ ନିକଟ ଖର୍ଦ୍ଧାସାହିରେ ଘଳିଆ ପଡ଼ିଥିବା ବେଳେ ପ୍ରଶାସନ କି ଜଳସେଚନ ବିଭାଗ ଅଧିକାରୀ ପହଞ୍ଚି ପାରିନାହାନ୍ତି। ଗ୍ରାମବାସୀ ଘଳିଆକୁ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି। ଜିଲାରେ ଗତକାଲିଠାରୁ ବର୍ଷା ପରିମାଣ କମିଥିବା ବେଳେ ହୀରାକୁଦରେ ୪୦ଟି ଫାଟକ ଖୋଲା ଯିବାରୁ ବନ୍ୟା ପ୍ରକୋପ ବଢିବାର ଆଶଙ୍କା ରହିଛି। ଜିଲାର ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲାର ୮୬ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୮୫୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗରଦପୁର ଓ ମାର୍ଶାଘାଇ ବ୍ଲକରେ ଦୁଇ ଗୋଟିଏ ଲେଖାଁଏ ଓଡ୍ରାଫ ଓ ଏନଡିଆରଏଫ ଟିମ୍‍ ମୁତୟନ ହୋଇଛନ୍ତି। ଜିଲାରେ ୭ଟି ଅଗ୍ନିଶମ ବିଭାଗ ଟିମ୍‍ ମୁତୟନ ହୋଇଥିବା ବେଳେ ମହାକାଳପଡ଼ାରେ ଗୋଟିଏ ଟିମ ମୁତୟନ ହୋଇଛନ୍ତି। ଏବେ ସୁଦ୍ଧା ବିପନ୍ନଙ୍କ ପାଇଁ ୧୩ କ୍ୱିଣ୍ଟାଲ ଚୂଡ଼ା, ଗୋଟିଏ କ୍ୱିଣ୍ଟାଲ ଗୁଡ଼, ୧୧ଟି ପଲିଥିନ ଓ ୧୭୧ ପେଟି ବିସ୍କୁଟ ବଣ୍ଟନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories