www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀଜଗନ୍ନାଥ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ କଳାକାର

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ସିଦ୍ଧ ବଳରାମ ପୀଠରେ ସତ୍ୟବାଦୀ କଳା ସଂସ୍କୃତି ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୁଭ ସୁନ୍ଦର ଘଟୁଆରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଶ୍ରୀଜଗନ୍ନାଥ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ କଳାକାର। ସେ ସମସ୍ତ ଶକ୍ତିର ଆଧାର। ତାଙ୍କ ଉପରେ ଭରଷା ରଖି ଆଗେଇ ଚାଲିଲେ କଳା ସଂସ୍କୃତି ସଂଘ କଳାକାରମାନଙ୍କର ସର୍ବବିଧ ବିକାଶ ହୋଇପାରିବ ବୋଲି ଆଲୋକପାତ କରିଥିଲେ। ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଧୂପ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କଳାର ବିକାଶ ଓ କଳାକାରମାନଙ୍କୁ ସରକାର ସହାୟତା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସତ୍ୟବାଦୀବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଅତିଥି ପରିଚୟ ଓ ସଂଯୋଜନା କରିଥିଲେ। ଭାଗବତ ଟୁଙ୍ଗୀ ସଂକୀର୍ତ୍ତନ ମଣ୍ଡଳୀ ପାଲା ଗୋଟିପୁଅ ନୃତ୍ୟ ଘୋଡାନାଚ ଦାସକାଠିଆ ଖଞ୍ଜଣି ଭଜନ, ମୃଦଙ୍ଗବାଦ୍ୟ ଜୋଡିଶଙ୍ଖ ଧୁଡୁକି ନାଚ କେନ୍ଦେରା ବାଦନ ସହିତ ଗ୍ରାମ୍ୟ ଲୋକକଳା କଳାକାରମାନଙ୍କୁ ଆନୁସଙ୍ଗିକ ଉପକରଣମାନ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବାକୁ ସଭାରେ ଦାବି କରାଯାଇ ବିଧାୟକଙ୍କୁ ଏକ ଦାବିପତ୍ର ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ଲିଙ୍କରାଜ ଦଳେଇ, କୃଷ୍ଣଚନ୍ଦ୍ର ନାୟକ, ଭାବନ ମୁଦୁଲି, ଶ୍ୟାମସୁନ୍ଦର ଦଳାଇ, ହରିଶ୍ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶତାଧିକ କଳାକାର ଉକ୍ତ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories