www.samajalive.in
Saturday, December 6, 2025
16.1 C
Bhubaneswar

ସତ୍ୟ ନାରାୟଣ ସାହିତ୍ୟ ସଂସଦ ପକ୍ଷରୁ ଜହ୍ନରାତିର କବିତା ଆସର

କୋଣାର୍କ : କାକଟପୁର ବ୍ଲକ ଅଧିନସ୍ଥ କୁରୁଜଂଗ ଗ୍ରାମ ପଞ୍ଚାୟତର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସତ୍ୟ ନାରାୟଣ ସାହିତ୍ୟ ସଂସଦ, ଵାମରା ଆନୁକୂଲ୍ୟରେ ସାରସ୍ବତ ସ୍ରଷ୍ଟା ତଥା ସାହିତ୍ୟାନୁରାଗୀ ଲେଖକ, ଶିକ୍ଷାବିତ୍ ମାନଙ୍କୁ ନେଇ ସମାଜରେ ଏକ ଵୈପ୍ଲଵିକ ପରିବର୍ତ୍ତନର ବାର୍ତା ବହନ କରି ଏକ ସ୍ବତନ୍ତ୍ର ସାହିତ୍ୟ ଆସର ‘ଜହ୍ନ ରାତିର କଵିତା ଆସର’ ଅନୁଷ୍ଠିତ ହୋଇଯାଇଛି। ବାମରାସ୍ଥିତ ଶାନ୍ତିବଟ ଗୁରୁକୁଳ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର କଵିତା ଆସରରେ ଆଇନଜୀବୀ ହରେକୃଷ୍ଣ ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି ସାହିତ୍ୟ ଆସରରେ ଅତିଥି ଭାବରେ ଅଧ୍ୟାପକ ସୁଧିର କୁମାର ଭୂୟାଁ, ଯାତ୍ରା ଗଵେଷକ ପଦ୍ମଲୋଚନ ପଣ୍ଡା, ଅଧ୍ୟକ୍ଷ ଆଶିଷ କୁମାର ସ୍ବାଇଁ, କୁମାର କଵି ପ୍ରଶାନ୍ତ କୁମାର ବାହିନୀପତି, ଶିକ୍ଷାବିତ୍ ଵଂଶୀଧର ମହାନ୍ତି, ସଂଗୀତ ନିର୍ଦ୍ଦେଶକ ମନୋଜ ମିଶ୍ର, ଓ ସଂସଦର ସଭାପତି ବ୍ୟଙ୍ଗକବି ସଂସଦ କୁମାର ରଥ ପ୍ରମୁଖ ଯୋଗଦେଇ ସମାଜରେ ସାହିତ୍ୟ, ସଂସ୍କୃତି ଓ କଳାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟିକମାନଙ୍କର ଭୂମିକା ଅତୁଳନୀୟ ବୋଲି କହିଥିଲେ। ସେମାନଙ୍କର ଲେଖନୀ ମୂନରୁ ନିସୃତ ଲେଖା ସମାଜକୁ ଦିଗଦର୍ଶନ ଦେବା ସହ ସମାଜରେ ବିକାଶ ଓ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ଵୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସତ୍ୟ ନାରାୟଣ ସାହିତ୍ୟ ସଂସଦର ସଂପାଦକ ମଙ୍ଗରାଜ ଵିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଏହି ପରିପ୍ରେକ୍ଷୀରେ ମଞ୍ଚ ପରିଚାଳନା କରିଥିଲେ। ପରେ ପରେ ବ୍ୟଙ୍ଗ କବି ସଂପଦ କୁମାର ରଥ ଓ କବୟିତ୍ରୀ ସସ୍ମିତା ତ୍ରିପାଠୀଙ୍କ ମିଳିତ ସଂଯୋଜନାରେ ଓଡ଼ିଶାର ଵିଭିନ୍ନ ଜିଲାରୁ ଆସିଥିବା କଵି ଓ କବୟିତ୍ରୀମାନେ ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂସଦ ପକ୍ଷରୁ ୧୫ଜଣ ସାରସ୍ବତ ସାଧକ ସାଧିକାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂସଦର ସହ ସଂପାଦକ ତଥା ଆଦର୍ଶ ଶିକ୍ଷକ ପ୍ରବୀଣ କୁମାର ସୁବୁଦ୍ଧି, ଶିକ୍ଷକ ରମାକାନ୍ତ ଵିଶ୍ବାଳ, ଅକ୍ଷୟ କୁମାର ଵିଶ୍ବାଳ, ଅମରେଶ୍ଵର କାଣ୍ଡି ଓ ସଂଜୟ ପାଢୀ ସମେତ ବାମରା ଗ୍ରାମବାସୀମାନେ ପରିଚାଳନା କରିଥିଲେ। ଶେଷରେ ସଂସଦର ସହ ସଂପାଦକ ପ୍ରଵୀଣ କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories