www.samajalive.in
Saturday, December 6, 2025
15.1 C
Bhubaneswar

ମସଲା ବଢାଇଥାଏ ମୁହଁର ସୌନ୍ଦର୍ଯ୍ୟ

ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି କାରଣ ଏହାଦ୍ୱାରା ହିଁ ସଭିଙ୍କର ଆକର୍ଷଣ ବଢିଥାଏ। ସଠିକ ଭାବେ ମୁହଁର ଯତ୍ନ ନ ନେବା ଦ୍ୱାରା ଏହା ମୁହଁକୁ ଶୁଷ୍କ କରିବା ସହ ବିଭିନ୍ନ ଦାଗ ମଧ୍ୟ ହୋଇଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମର ବ୍ୟବହାର ମଧ୍ୟ କରିଥାଆନ୍ତି। ମାତ୍ର କିଛି ଖାଦ୍ୟପଦାର୍ଥରେ ବ୍ୟବହାର ହେଉଥିବା ମସଲା ଖାଦ୍ୟରେ ଖାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଢିଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଜାଣନ୍ତୁ ତାହା କ’ଣ….

ଡ଼ାଲଚିନି –
ଡ଼ାଲଚିନିକୁ ନିୟମିତ ଖାଦ୍ୟରେ ଖାଇବା ଦ୍ୱାରା ଏହା ରକ୍ତକୁ ସ୍ୱଚ୍ଛ କରିଥାଏ। ମୁହଁର ବିଭିନ୍ନ ଦାଗ ମଧ୍ୟ ଦୂର କରେ।
ଆଖି ତଳର କଳା ଦାଗ ମଧ୍ୟ ଦୂର ହୋଇଥାଏ।

ହଳଦୀ –
ହଳଦୀରେ ଆଣ୍ଟିଏଜିଙ୍ଗ, ଆଣ୍ଟିବାୟୋଟିକ, ଆଣ୍ଟିସେଫଟିକ ଗୁଣ ରହିଛି। ଏହାକୁ ଲଗାଇବା ଦ୍ୱାରା ଏହା ମୁହଁରେ ଥିବା ଅପରିଷ୍କାର ପଦାର୍ଥକୁ ବାହାର କରିଥାଏ। ମୁହଁକୁ ଉଜ୍ୱଳ କରିଥାଏ।

ଗୋଲମରିଚ –
ଦହିରେ ଗୋଲମରିଚଗୁଣ୍ଡ ମିଶାଇ ଲଗାଇଲେ ମୁହଁର ବଣ ସମସ୍ୟା ଦୂର କରିଥାଏ। ମୁହଁରେ ଥିବା ବିଭିନ୍ନ ଦାଗ ମଧ୍ୟ ଦୂର ହୋଇଥାଏ।

ଅଦା –
ଅଦା ମୁହଁର ରଙ୍ଗକୁ ସଫା କରିଥାଏ। ଅଦାରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ମୁହଁକୁ ସୁସ୍ଥ ରଖିଥାଏ ଓ ପୋଷକ ପ୍ରଦାନ କରିଥାଏ।
ଧନିଆ ଗୁଣ୍ଡ –
ଏହାରକୁ ଖାଦ୍ୟରେ ବ୍ୟବହାର କରି ଖାଇବା ଦ୍ୱାରା ରକ୍ତ ପରିଷ୍କାର କରିଥାଏ। ମୁହଁର ଉଜ୍ୱଳତା ବଢାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories